

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡ଼ିଶା ଜାତିର ଗର୍ବ ଓ ଗୌରବ, ପୂର୍ବତନ ମୁଖ୍ୟମନ୍ତ୍ରୀ ମହାନ୍ ଜନନାୟକ ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଯାଇଛି । ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ୍ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ନିର୍ବାଚନମଣ୍ଡଳୀର ନେତା ଓ କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରତିମୂର୍ତ୍ତି ନିକଟରେ ଧୂପ ଦୀପ ଲଗାଇ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ କରୋନାରୁ କିପରି ଲୋକମାନେ ଦୂରେଇ ରହିବେ ସେଥି ନିମନ୍ତେ ଏକ ମାସ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ବିନା ମାସ୍କଧାରୀମାନଙ୍କୁ ମାସ୍କ ବଣ୍ଟନ କରିବା ସହ ଲୋକଙ୍କୁ ମାସ୍କ ପିନ୍ଧିବା ଉପରେ ବିଧାୟକ ଶ୍ରୀ ବେହେରା ସଚେତନତା କରାଇଥିଲେ । ଏହାସହ କୋଭିଡ୍ ଗାଇଡ୍ ଲାଇନକୁ ମାନି ଚଳିବା ନିମନ୍ତେ ମଧ୍ୟ ପରାମର୍ଶ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି, ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଭଗବାନ ବେହେରା, ପୂର୍ବତନ ସାଂସଦ ପ୍ରତିନିଧି ବଟକୃଷ୍ଣ ପଣ୍ଡା ଓ ଜି. ପାପା ରାଓ, ଯୁବ ନେତା ବି. ରାଜି ବାବୁ, ବିମଳ କୁମାର ପଣ୍ଡା, ସୁଧୀର କୁମାର ପାଢ଼ୀ, ବିଜୁ ଶ୍ରମିକ ସାମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ଦାସ, ଛତ୍ରପୁର ବ୍ଲକ୍ ଉପାଧ୍ୟକ୍ଷ ଅମିତା ସାହୁ, ଗଞ୍ଜାମ ବ୍ଲକର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ସୁରଥ ଚନ୍ଦ୍ର ପ୍ରଧାନ, ପୂର୍ବତନ ସମିତି ସଭ୍ୟ ବନବାସୀ ଖୁଣ୍ଟିଆ, ସୁଶାନ୍ତ କୁମାର ସାହୁ, ପୂର୍ବତନ ବିଜେଡି ଛତ୍ରପୁର ବ୍ଲକ୍ ସଭାପତି ପ୍ରବାସୀ ପ୍ରଧାନ, ପୂର୍ବତନ ଏନଏସି ଉପନଗରପାଳ, ପ୍ରଦୋଷ କୁମାର ବେହେରା, ପୂର୍ବତନ କାଉନସିଲର ଟି. ଚନ୍ଦ୍ରଶେଖର ରାଓ, କିଶୋର ଚନ୍ଦ୍ର ସେନାପତି, ରାଜେଶ କୁମାର ସାହୁ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, ମନୋଜ କୁମାର ପାଢ଼ୀ, ସୁରେଶ କୁମାର ପଣ୍ଡା, ଡ଼ମିନାଥ ସାହୁ, କାଳୀପ୍ରସାଦ ଦାସ, ଯୁବନେତା ଅଟଳ ବିହାରୀ ପଟ୍ଟନାୟକ ଓ ସନମୁଖ ପଟ୍ଟନାୟକଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ନେତା ଓ କର୍ମୀମାନେ ଉପସ୍ଥିତ ରହି ବିଜୁ ବାବୁଙ୍କ ସ୍ମୃତିଚାରଣ କରିବା ସହ ମାସ୍କ ସଚେତନତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।