


ବ୍ରହ୍ମପୁର(ସମୃଦ୍ଧଓଡିଶା)ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଗୋପାଳପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ରୂପେ ନାମାଙ୍କନ ପତ୍ର ଦାଖଲ କଲେ I ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିକ୍ରମଙ୍କ ପ୍ରାର୍ଥୀତ୍ବ ନେଇ ଏକ ପ୍ରକାର ଆନନ୍ଦ ଓ ଉଲ୍ହlସ ଖେଳିଯାଇଛି I ଗୋପାଳପୁର ନିର୍ବାଚନ ମଣ୍ଡଳୀ ବାସିନ୍ଦା ବିକ୍ରମ ପଣ୍ଡାଙ୍କ ଉପରେ ବହୁତ ଆଶା ଓ ବିଶ୍ୱାସ ରଖି ତାଙ୍କ ଶୋଭାଯାତ୍ରାରେ ଯାଇଥିଲେ I ଆଜି ସକାଳୁ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ହଜାର ହଜାର ପୁରୁଷ ଓ ମହିଳା ଙ୍କ ଗହଣରେ ଗୋଳାବନ୍ଧ ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ବାବା ଧବଳେଶ୍ଵର ଙ୍କ ପୂଜା ଅର୍ଚ୍ଚନା କରି ବାବାଙ୍କ ଅଶ୍ରିବlଦ ନେଇ ବିଶାଳ ପଟୁଆରରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶ୍ରୀ ବିକ୍ରମ କୁମାର ପଣ୍ଡା ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ I
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ପଣ୍ଡା