

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନ ମଣ୍ଡଳିରେ ଥିବା ସଂଖ୍ୟାଲଘୁ ଲୋକେ ବାସ କରୁଥିବା ତଥା ଉପାନ୍ତ ପଂଚାୟତ ଓଲମରାଠାରେ ଏକ ନିର୍ବାଚନୀ ସଭା ଆଜି ଅନୁଷ୍ଠିତ ହୋଇଛି । ଏଥିରେ ସରପଂଚ ଯତିନ୍ଦ୍ର ନାଥ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ସଂଖ୍ୟାଲଘୁ ସେଲ୍ର ରାଜ୍ୟ ସଭାପତି ମୁନା ଖାଁ ଏଥିରେ ଯୋଗ ଦେଇ ଓଡିଶାରେ ଶାନ୍ତି ଶୃଙ୍ଖଳା ଓ ବିକାଶ ସଂପର୍କରେ କହିଥିଲେ । ଓଡିଶାରେ ନବୀନ ସରକାରଙ୍କ ସମୟରେ ଏତେ ଯୋଜନା କାର୍ଯ୍ୟ କରୁଛି ଦେଶର ଅନ୍ୟ କୌଣସି ରାଜ୍ୟରେ ନଜିର ନଥିବାର କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଖ୍ୟାଲଘୁ ସେଲ୍ର ରାଜ୍ୟ ଉପସଭାପତି ସେକ୍ ଗନି ହୁସେନ୍, ରାଜ୍ୟ ସଂପାଦକ ସମ୍ମଦ୍ ଖାନ୍, ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ସଂଖ୍ୟାଲଘୁ ସେଲ୍ର ସଭାପତି ଅବଦୁଲ ରହିମ୍, ବିଜେଡି ନେତା ଅଜୟ ମହାନ୍ତି, ଦିଲ୍ଲିପ କୁମାର ସାମଲ, ବ୍ରିଜେସ୍ ରଣା, ସେକ୍ ହାସିରୁଦ୍ଦିନ ବକ୍ସ, ସେକ୍ ତାଜିରୁଦ୍ଦିନ, ମତର ଆବାସ୍ ଅଲ୍ଲୀ, ଜୈନୁଲ ଆବେଦିନ, ଜିଲା କାର୍ଯ୍ୟକାରୀ ସଭାପତି ମହମ୍ମଦ ୱାହିଦ୍ ପ୍ରମୁଖ ବିଜେଡିର ସାଂସଦ ପ୍ରାର୍ଥୀ ଇଂ ରବିନ୍ଦ୍ର ଜେନା ଓ ବିଧାୟକ ପ୍ରାଥୀ ଅଶ୍ୱିନୀ କୁମାର ପାତ୍ରଙ୍କୁ ଭୋଟ ଦେବାପାଇଁ ଉପସ୍ଥିତ ସଂଖ୍ୟାଲଘୁ ବର୍ଗର ଭୋଟର ମାନଙ୍କୁ ନିବେଦନ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା