

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟ ବିଜୁ ଜନତା ଦଳର ସମ୍ପାଦିକା ସୁଜାତା ଜେନା ଭଣ୍ଡାରିପୋଖରୀ ଗ୍ରସ୍ତରେ ଆସି ନିର୍ ଗୁଣ୍ତି ପଞ୍ଚାୟତର ଲୋକମାନଙ୍କୁ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସମ୍ପର୍କରେ ସଚେତନ କରାଇଥିଲେ । ଏହାସହ ଲକଡାଉନ ସମୟରେ ଘରେ ରହିବା ସହ ହାତକୁ ସାବୁନ ଓ ସାନିଟାଇଜରରେ ଧୋଇବା, ଅତି ଜରୁରୀ କାମ ନ ଥିଲେ ବାହାରକୁ ନ ଯିବାକୁ ପରାମର୍ଶ ଦେବା ସହିତ ଏହି ପଞ୍ଚାୟତର ଲୋକମାନଙ୍କୁ ମାକ୍ସ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁର ପାଳ ପୂର୍ବତନ ସରପଞ୍ଚ, କିଶୋର ଷେଣ୍ଢ, ସନ୍ତୋଷ ଜେନା, ନାରଣ ସାହୁ, ମାଧ ମଲ୍ଲିକ ସହଯୋଗ କାରିଥିଲେ ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ
