ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ବିଜେପିର ବିଦ୍ରୋହୀ ମାନେ ଏକତ୍ରୀତ ହୋଇ ଜଳେଶ୍ୱର ନିର୍ବାଚନ ମଣ୍ଡଳ ପାଇଁ ଧ୍ରୁବଚରଣ ନାୟକଙ୍କୁ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରାଇଛନ୍ତି । ଜଳେଶ୍ୱର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଗ୍ରହଣ କରାନଯାଇ ଉଚ୍ଚକର୍ତ୍ତୃପକ୍ଷ ବସ୍ତ-ବାଲିଆପାଳ ନିର୍ବାଚନ ମଣ୍ଡଳୀରୁ ଜୟନାରାୟଣ ମହାନ୍ତିଙ୍କୁ ଜଳେଶ୍ୱରର ପ୍ରାର୍ଥୀ କରାଇଥିବାରୁ ସ୍ଥାନୀୟ ନେତୃମଣ୍ଡଳୀଙ୍କ ମଧ୍ୟରେ ବିଦ୍ରୋହ ଦେଖା ଦେଇଛି । ଏହାର ଫଳ ସ୍ୱରୁପ ଅତୀତରେ ଜଂଗଲ ବିଭାଗରୁ ଅବସର ଗ୍ରହଣ କରିଥିବା କର୍ମଚାରୀ ତଥା ଆଧ୍ୟାତ୍ମୀକ ଚିନ୍ତା ଚେତନାରେ କାଳ କାଟୁଥିବା ସମାଜସେବୀ ଧ୍ରୁବଚରଣ ନାୟକଙ୍କୁ ବିଦ୍ରୋହୀମାନେ ସମର୍ଥନ କରିବାରୁ ସେ ଆଜି ତାଙ୍କ ନାମାଙ୍କନ ପତ୍ର ଏଡିଏମ୍ ସମ୍ବିତ କୁମାର ନାୟକଙ୍କଠାରେ ଆଜି ଦାଖଲ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା