

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ପୂର୍ବତନ ବିଧାୟକ ତଥା ବିଜେପି ନେତା ଜୟନାରାୟଣ ମହାନ୍ତିଙ୍କ ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ରୂପେ ଘୋଷଣା ହେବା ପରେ କର୍ମୀମାନଙ୍କ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି । ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ଶ୍ରୀ ମହାନ୍ତିଙ୍କୁ ଦଳର ହାଇକମାଣ୍ଡ ଏହି ପ୍ରାର୍ଥୀତ୍ୱ ଘୋଷଣା କରିବାପରେ ନଗର ସଭାପତି ଧ୍ରୁବଚରଣ ପାଳ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଅଭିଜିତ୍ ପ୍ରଧାନ, ପୂର୍ବତନ ଜିଲାପରିଷଦ ସଭ୍ୟ ଶାନ୍ତନୁ ପଟ୍ଟନାୟକ, ବିଜେପି ନେତା ସିଦ୍ଧାର୍ଥ ଶଂକର ପାଳ, ପୂର୍ବତନ ସମିତି ସଭ୍ୟ ମାନସ ଦାସ ମହାପାତ୍ର, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ସୁମିତ୍ରା ଦାସମହାପାତ୍ର, ପୂର୍ବତନ ନଗରପାଳ ସିପ୍ରାରାଣୀ ପରିଡା, ପୂର୍ବତନ ସରପଂଚ ମନୋଜ ସାସମଲ, ଯୁବନେତା ଦିବ୍ୟକାମ ମହାନ୍ତି, ବିଜେପି ଯୁବମୋର୍ଚ୍ଚ ନେତା ଫାଲଗୁନୀ ପାଣିଗ୍ରାହୀ, ମାନସ ପାଠୀ, ମିଡିଆ ପ୍ରଭାରୀ ସୁବ୍ରତ ଘୋଷ, ବିଶ୍ୱରୂପ ଦାସ ପ୍ରମୁଖ ନେତୃବୃନ୍ଦ ଶ୍ରୀ ମହାନ୍ତିଙ୍କୁ ଦଳୀୟ କାର୍ଯ୍ୟାଳୟଠାରେ ସମ୍ବର୍ଦ୍ଧିତ କରିଥିଲା । ଅନୁରୂପ ଭାବେ ଜଳେଶ୍ୱର ବିକାଶ ମଞ୍ଚର ସଭାପତି ତଥା ବିଶିଷ୍ଟ ସ୍ତମ୍ବକାର ସୁଦର୍ଶନ ଦାସଙ୍କୁ କଂଗ୍ରେସ ଦଳ ପକ୍ଷରୁ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ ଶିବିରରେ ଆନନ୍ଦ ମାହୋଲ ସୃଷ୍ଟି ହୋଇଛି । ବରିଷ୍ଠ କଂଗ୍ରେସ ନେତା ସତ୍ୟସୁନ୍ଦର ଦାସ, ପୂର୍ବତନ ନଗରପାଳ ସୁନିଲ ପରିଡା, କଂଗ୍ରେସ ନେତା ବିରଞ୍ଚି ଭୂୟାଁ, ଜଗଦିଶ ନନ୍ଦୀ, ଯୁବ ଆଇନ୍ଜିବୀ ସବ୍ୟସାଚି ଦାସ, ଯୁବକଂଗ୍ରେସ ସଭାପତି ଗିରିଜା ଶଂକର ଦାସ, ସରପଂଚ ପଦ୍ମଲୋଚନ ବେହେରା, ରାଜୀବ ପରିଡା, ସପନ ଜେନା ପ୍ରମୁଖ ଦଳୀୟ କାର୍ଯ୍ୟାଳୟରେ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା