

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱ ଏବଂ ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ଣ ଖୁଂଟିଆଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ଦଳ ପରିତ୍ୟାଗ କରି ଭୁବନେଶ୍ୱରର ପ୍ରମୁଖ ମହିଳାମାନେ ବିଜେପିରେ ଯୋଗଦାନ କରିଛନ୍ତି । ଏହି ମିଶ୍ରଣ ପର୍ବରେ ନୟାପଲ୍ଲୀ, ସହିଦନଗର, ୟୁନିଟ୍-୬, ୟୁନିଟ୍-୮ ଅଂଚଳର ବନ୍ଦିତା ପାଲ୍, ନିବେଦିତା ପାଲ୍, ମମତା ବାରିକ, ଶାନ୍ତିଲତା ସ୍ୱାଇଁଙ୍କ ସମେତ ୨୦୦ ସଂଖ୍ୟକ ମହିଳା ଯୋଗଦାନ କରିଥିଲେ । ମୋଦି ସରକାରଙ୍କର ଉଜ୍ଜ୍ୱଳା ଯୋଜନା ଓ ମହିଳା ସଶକ୍ତୀକରଣ ଯୋଜନାରେ ପ୍ରଭାବିତ ହୋଇ ବିଜେପି ଦଳରେ ଯୋଗଦାନ କରିଛନ୍ତି । ଏହି ନାରୀନେତ୍ରୀମାନଙ୍କ ଯୋଗଦାନ ଦଳକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ସହ ନାରୀଶକ୍ତିର ବିକାଶ ହେବ ବୋଲି ଶ୍ରୀଯୁକ୍ତ ପ୍ରଧାନ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ଏହି ମିଶ୍ରଣ ପର୍ବରେ ଜିଲ୍ଲା ସାଧାରଣ ସଂପାଦକ ବିଭାସ ସେନଗୁପ୍ତ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ତନୁଶ୍ରୀ ପଟେଲ, ଉପସଭାନେତ୍ରୀ ପଦ୍ମାବତୀ ଜେନାଙ୍କ ସହିତ ମଧ୍ୟ ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପଦାଧିକାରୀମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଆକାଶ ମିଶ୍ର
