

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ବଡ ପଙ୍କଳବାଡିର ଶତାଧିକ ବିଜେଡି କର୍ମୀ ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ସ୍ଥାନୀୟ ସରଧାପୁର ରାମଚଣ୍ଡୀ ପୀଠରେ ଗତକାଲି ବିଜେପିରେ ଯୋଗ ଦେଇଥିବା ଜଣାପଡିଛି । ଏହି ଅବସରରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ମିଶ୍ରଣ ପର୍ବ ବିଜେପି ଦଳର ଶକ୍ତି ବଢାଇବା ସହ ଆଗାମୀ ଦିନରେ ସହାୟକ ହେବ ବୋଲି କହିଛନ୍ତି ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ପ୍ରଭାକର ପଣ୍ଡାଙ୍କ ସମେତ ପ୍ରମୋଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା