ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପୂର୍ବତନ ସାଂସଦ ତଥା ପାଳଲହଡ଼ାର ପୂର୍ବତନ ବିଧାୟକ ରବି ନାରାୟଣ ପାଣି ଆଜି ତାଙ୍କର ସମର୍ଥକଙ୍କ ବିଜେପିରେ ଯୋଗ ଦାନ କରିଛନ୍ତି । ଶ୍ରୀ ପାଣି ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦାନ କରିଛନ୍ତି । ଶ୍ରୀ ପାଣି ୨୦୦୯ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ପାଳଲହଡ଼ାର ବିଧାୟକଥିଲେ । ସେ ବିଧାୟକ ରହିବା ସହ ଜନତା ଦଳ ଟିକେଟରେ ୧୯୮୯ ମସିହାରେ ଦେବଗଡ଼ରୁ ସାଂସଦ ଭାବେ ନିର୍ବାଚୀତ ହୋଇଥିଲେ । ସେ ରାଜ୍ୟ ସରକାରୀ ଦଳର ମୁଖ୍ୟ ସଚେତକ ଥିଲେ । ଶ୍ରୀ ପାଣି ଟିକେଟ ବଣ୍ଟନକୁ ନେଇ ଗତକିଛି ଦିନ ଧରି ଅସନ୍ତୋଷ ପ୍ରକାଶ କରିଥିଲେ । ସେ ଢ଼େଙ୍କାନାଳ ଲୋକସଭା ସହିତ ପାଳଲହଡ଼ା ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ ।
ରିପୋର୍ଟ : ଆକାଶ ମିଶ୍ର