ଭୁୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜେଡି ଛାଡି ନିଜର ଶତାଧିକ ସମର୍ଥଙ୍କ ସହ ଗଞ୍ଜାମ ଜିଲ୍ଲା ବିଜେଡି ଉପ ସଭାପତି ଶ୍ରୀ ଅରୁଣ କୁମାର ପଣ୍ଡା ବିଜେପିରେ ଗତକାଲି ସାମିଲ ହୋଇଛନ୍ତି । ସେ ଶାସକ ବିଜେଡି ନେତୃବୃନ୍ଦଙ୍କ ମନୋମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ଆଜି ଆନୁଷ୍ଠାନିକ ଭାବେ ଯୋଗଦାନ କରିଥିବା କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ ଡ.ଯତୀନ ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ଦେଇ ସ୍ୱାଗତ ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ପଣ୍ଡାଙ୍କ ସମେତ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ମୁନା ବେହେରା, ହିନ ଚନ୍ଦ୍ର ବେହେରା, ସୁଶାନ୍ତ କୁମାର ସାହୁ, ଅନିଲ କୁମାର ବେହେରା, ମୁନା ଜେନା, ସରୋଜ କୁମାର ସ୍ୱାଇଁ, ବଳରାମ ବିଶୋଇ, ରମେଶ ଚନ୍ଦ୍ର ଦଳେଇ, ମନୋଜ କୁମାର ପ୍ରଧାନ, ବିଜୟ ବରାଡ, ଝଡିଆ ଦଳେଇ, ଦିଲୀପ ନାହାକ, ଶଙ୍କର ରାଉତ ପ୍ରମୁଖ ଶତାଧିକ ବିଜେଡି କାର୍ଯ୍ୟକର୍ତ୍ତା ବିଜେପିରେ ସାମିଲ ହୋଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା