
ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ନିକଟ ପୁତି ଗୋପାଳ ପୁର ନିକଟରେ ଥିବା ବିଜେପି କାର୍ଯ୍ୟାଳୟରେ ବିଜେପିର ସଦସ୍ୟ ସଂଗ୍ରହ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବରିଷ୍ଠ କର୍ମୀଙ୍କ ସମେତ ଜିଲ୍ଲାର ପ୍ରମୁଖ ନେତାମାନେ ଯୋଗଦେଇଥିଲେ । ଜିଲ୍ଳା ସଭାପତି ଶ୍ରୀ କାହ୍ନୁ ଚରଣ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ବିଜେପିର ସଦସ୍ୟ ସଂଖ୍ୟା କିପରି ବଢିବ ସେ ନେଇ ଆଲୋଚନା ହୋଇଥିଲା ।ସଦସ୍ୟତା ଅଭିଯାନର ରାଜ୍ୟ ସହ ପ୍ରଭାରୀ ଶ୍ରୀ ସାରଦା ଶତପଥି ମୁଖ୍ୟ ଅତିଥି ରୂପେ ଯୋଗଦେଇ ସଦସ୍ୟତା ସଂଗ୍ରହକୁ କିପରି ବୃଦ୍ଧି କରାଯାଇପାରିବ ସେ ଉପରେ କର୍ମୀ ମାନଙ୍କୁ ଉତ୍ସହିତ କରିଥିଲେ ।ଏଥିରେ ଗୋପାଳପୁର ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ସଂପାଦକ ଶ୍ରୀ ବିଭୁତି ଭୂଷଣ ଜେନା,ଜିଲ୍ଳା ସଦସ୍ୟତା ଅଭିଯାନ ସଂଯୋଜକ ରାଜେଶ କୁମାର ସାହୁ,ସହ ସଂଯୋଜକ ମଦନ ମୋହନ ପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ଗୋପୀନାଥ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିବାବେଳେ ଛତ୍ରପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


