ବିଜେପିର ବିଜେଡ଼ି ପ୍ରୀତି ଧରାପଡ଼ିଲା : କଂଗ୍ରେସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୁରଭଞ୍ଜ ଜିଲାର ବାରିପଦାରେ ସାଧାରଣ ସଭାରେ ଉଦବୋଧନ ଦେଲାବେଳେ ଓଡ଼ିଶା ସରକାରଙ୍କର ଦୁର୍ନୀତି, ଭ୍ରଷ୍ଟାଚାର ଏବଂ କୁଶାସନ ବିରୁଦ୍ଧରେ ପଦୁଟିଏ ବି କହିଲେ ନାହିଁ । ସମଭାବରେ ମୁଖ୍ୟମନ୍ତ୍ରୀ ପୁରୀର ମହିଳା ସମାବେଶକୁ ସମ୍ବୋଧନ କଲାବେଳେ କେନ୍ଦ୍ରସରକାରଙ୍କର ଓଡ଼ିଶା ପ୍ରତି ଚରମ ଅବହେଳା ଓଡ଼ିଶାର କୃଷକକୁ ନ୍ୟାର୍ଯ୍ୟ ପ୍ରାପ୍ୟ ଦେବାରେ ବିଫଳତା କିମ୍ବା କେନ୍ଦ୍ରସରକାରଙ୍କର ଉଜ୍ଜଳା ଯୋଜନାର ଭ୍ରଷ୍ଟାଚାର, ରାଫେଲ ଯୁଦ୍ଧ ବିମାନ କିଣା ଘଟଣାରେ ଜେପିସି ଗଠନ ନକରିବା ଇତ୍ୟାଦି ଘଟଣାମାନ ମଧ୍ୟ କହିଲେ ନାହିଁ । ଏଥିରୁ ସ୍ପଷ୍ଟ ଭାବେ ବାରିହୋଇ ପଡ଼ୁଛି । ବିଜେପି ବିଜେଡ଼ିର ଭିତିରି ଭିତିରି ମଧୁଚନ୍ଦ୍ରିକା ଏବଂ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାରେ ଚକ୍ରାନ୍ତ କେବଳ । ଏ ଦୁଇ ରାଜନୈତିକ ଦଳର ତୃଙ୍ଗ ନେତୃବୃନ୍ଦ ପରସ୍ପର ଭିତରେ ସାଲିସ୍ ରାଜନୀତି ଚଳେଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ ମିଡ଼ିଆ ବିଭାଗର ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ ଓ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି ଯେ । ଶ୍ରୀ ମୋଦି ତାଙ୍କ ଅଭିଭାଷଣରେ କେବଳ କଂଗ୍ରେସ ବିରୁଦ୍ଧରେ ବିଷୋଦଗାର କଲେ । ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି କଂଗ୍ରେସ ଦଳ ଏ ଦୁଇ ରାଜନୈତିକ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ବୋଲି ସେମାନେ କହିଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର