ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜେପିର ବିଜୟ ସଂକଳ୍ପ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଫିର ଏକ ବାର ମୋଦି ସରକାର ଓ ରାଜ୍ୟ ସରକାର ବଦଳିବା ଦରକାରର ସଙ୍କଳ୍ପ ଗୃହିତ କରାଯାଇଛି ।
+ ୭ ଦିନରେ ରାଜ୍ୟର ସମସ୍ତ ୧୪୭ ବିଧାନସଭା ନିର୍ବାଚନ କ୍ଷେତ୍ରରେ ହେବ ୫୦୦୦ ବୈଠକ ।
+ ଓଡିଶାକୁ ଦୀର୍ଘ ୧୯ ବର୍ଷ ଧରି ଶାସନ କରୁଥିବା ଏକ ଅପାରଗ ଏବଂ ସ୍ଥାଣୁ ସରକାରକୁ
କ୍ଷମତାରୁ ଗାଦିଚ୍ୟୁତ କରିବା ପାଇଁ ଦୃଢ ସଙ୍କଳ୍ପ ନିଆଯାଇଛି ।
+ ଆଗାମୀ ୨୦୧୯ରେ ଆଉଥରେ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଅତିଷ୍ଠିତ
କରାଇବା ପାଇଁ ସଙ୍କଳ୍ପ ଗୃହିତ ହୋଇଛି ।
+ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ହେଲେ ଡବଲ ଇଂଜିନ ବେଗରେ ବିକାଶ ଦୌଡିବ ଦୁଇଟି ନିର୍ଣ୍ଣାୟକ ମୁଦ୍ଧାକୁ ନେଇ ଭାରତୀୟ ଜନତା ପାର୍ଟି ଏହି କାର୍ଯ୍ୟକ୍ରମରେ ଓଡିଶାରେ ପ୍ରଦେଶର ସାଢେ ୪ କୋଟି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ । କେନ୍ଦ୍ରରେ ଆଉ ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ କ୍ଷମତାକୁ ଆଣିବା ଓ ଓଡିଶାକୁ ଦୀର୍ଘ୍ ୧୯ ବର୍ଷ ଧରି ଶାସନ କରୁଥିବା ଏକ ଅପାରଗ ଏବଂ ସ୍ଥାଣୁ ସରକାରକୁ କ୍ଷମତାରୁ ଗାଦିଚ୍ୟୁତ କରିବା ପାଇଁ ଦୃଢ ସଙ୍କଳ୍ପ ଗୃହିତ ହୋଇଛି । ଏହି ଲକ୍ଷ୍ୟରେ ଆଗାମି ୧୦ ତାରିଖଠାରୁ ୭ ଦିନ ଧରି ରାଜ୍ୟର ସମସ୍ତ ୧୪୭ ବିଧାନସଭା ନିର୍ବାଚନ କ୍ଷେତ୍ରରେ ୫୦୦୦ ବିଜୟ ସଂକଳ୍ପ ବୈଠକ ଅନୁଷ୍ଠିତ କରାଯିବ । ସମସ୍ତ ଦେଶବାସୀ ଜାଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫ ବର୍ଷ ଶାସନ କାଳରେ ଭାରତ ବର୍ଷକୁ ଏକ ବିଶ୍ୱଗୁରୁର ମାନ୍ୟତା ଦେବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ଏବଂ ସେଥିରେ ସଫଳ ମଧ୍ୟ ହୋଇଛନ୍ତି । ଆଜି ସମଗ୍ର ବିଶ୍ୱ ଆଗରେ ଆମେ ଏକ ଅର୍ଥନୈତିକ ଶକ୍ତିରେ ଭାରତ ଉଭା ହୋଇଛି । ଅର୍ଥନୈତିକ ବିକାଶ ହୋଇ ଜିଡିପିରେ ବୃଦ୍ଧି ହୋଇଛି । ଅର୍ଥନିତିର ପ୍ରତିଟି କ୍ଷେତ୍ରରେ ଭାରତବର୍ଷ ଲ୍ଲେଖନୀୟ ପ୍ରଗତି କରିଛି । ଭାରତବର୍ଷ ଆଗାମୀ ୫ ବର୍ଷ ଭିତରେ ବିଶ୍ୱର ତୃତୀୟ ବୃହତ ଅର୍ଥନୈତିକ ବ୍ୟବସ୍ଥା ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିଗରେ ଆଗେଇଛନ୍ତି । ଭାରତକୁ ମେକ୍ ଇନ୍ ଇଣ୍ଡିଆ ଯୋଜନାରେ ସାଧାରଣ ଗରିବ ଘରର ପୁଅ ଓ ଝିଅମାନଙ୍କୁ ଚାକିରି ପାଇବା ପ୍ରକ୍ରିୟା, ଫରେନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ପ୍ରକ୍ରିୟା ଆରମ୍ଭ କରିଥିଲେ ଏବଂ ସଫଳ ମଧ୍ୟ ହୋଇଛନ୍ତି । ଭାରତବର୍ଷ ଗରିବ ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଘରେ ଘରେ ସ୍ୱଚ୍ଚ ଇନ୍ଧନ ଉଜ୍ଜଳା ଗ୍ୟାସ ଯୋଜନା, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, କୃଷକ ସମ୍ମାନ ନିଧି ଯୋଜନା, ଶ୍ରମିକମାନଙ୍କ ପାଇଁ ମନଧନ ଯୋଜନା, ପ୍ରତିଟି ଘରେ ଘରେ ବିଜୁଳି ପହଚିଂବା ପାଇଁ ସୌଭାଗ୍ୟ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା ଭଳି ଅନେକ ଯୋଜନା ଆରମ୍ଭ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହାକୁ ୫ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରି ଗରିବ ଲୋକମାନଙ୍କ ଘରେ ବିକାଶ ଆଣିଛନ୍ତି । ମାତ୍ର ୬୦ ମାସ ଶାସନ ଭିତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭାରତବର୍ଷକୁ ଏକ ନିର୍ଦ୍ଧିଷ୍ଟ ବିକାଶ ରାସ୍ତାରେ ଚଲାଇବା ସହ ଆତଙ୍କବାଦୀମାନଙ୍କୁ ଯେଉଁଭଳି ଭାବେ ଶତ୍ରୁ ରାଷ୍ଟ୍ରର ଭିତରେ ପଶି ଆକ୍ରମଣ କରି ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ତାହା ଦେଶର ଶକ୍ତିକୁ ସମଗ୍ର ବିଶ୍ୱରେ ପ୍ରତିଷ୍ଠିତ କରିଛି । ପ୍ରଧାନମନ୍ତ୍ରୀ ମୋଦି ଓଡିଶାକୁ ବିଭିନ୍ନ ଯୋଜନା ମାଧ୍ୟମରେ ବ୍ୟାପକ ଅର୍ଥବରାଦ କରିଛନ୍ତି । କିନ୍ତୁ ଏଠାରେ ସ୍ଥାଣୁ ସରକାର ଲକ୍ଷ କୋଟିରୁ ଅଧିକ ଅର୍ଥ ଏପର୍ଯ୍ୟନ୍ତ ବିନିଯୋଗ କରିପାରୁନାହାନ୍ତି । ଚିଟଫଣ୍ଡରୁ ଆରମ୍ଭ କରି ଡାଲି ପର୍ଯ୍ୟନ୍ତ ଦୁର୍ନୀତି ବୁଡି ରହିଥିବା ବେଳେ ଏହି ସରକାର ବ୍ଲକରୁ ସଚ୍ଚିବାଳୟ ପର୍ଯ୍ୟନ୍ତ ଭ୍ରଷ୍ଟାଚାର ପଙ୍କ ଭିତରେ ପୋତି ହୋଇରହିଛି । ଓଡିଶାର ଯୁବକମାନଙ୍କୁ ଚାକିରି ମିଳୁନି, ମହିଳାଙ୍କୁ ସୁରକ୍ଷା ମିଳୁନି, ଓଡିଶାର ଚାଷୀମାନଙ୍କୁ ସହାୟତା ମିଳୁନଥିବାରୁ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି । କେବଳ ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ନବୀନ ସରକାର । ଓଡିଶାର ଶ୍ରମିକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କର କୌଣସି ସମବେଦନା ନାହିଁ । ଏହି ସରକାର ଶାସନ ଗାଦିରୁ ବିଦା ହେବାର ସମୟ ଆସିଛି । ଉଭୟ ରାଜ୍ୟରେ ଏବଂ କେନ୍ଦ୍ରରେ ଯଦି ବିଜେପି ସରକାର ଗଠିତ ହେବ ତାହା ହେଲେ ଯାଇ ଓଡିଶାରେ ଡବଲ ଇଂଜିନରେ ବିକାଶ ହେବ । ୨୦୧୪ରେ ବିଜେଡି ନିର୍ବାଚନୀ ଇସ୍ତାହାରରେ ସଭିଙ୍କ ପାଇଁ ପକ୍କା ଘର, ଯୁବପୀଢିଙ୍କ ପାଇଁ ନିଯୁକ୍ତି, ସର୍ବଜନୀନ ସାମାଜିକ ସୁରକ୍ଷା, ଜଳ ସେଚନ, କୃଷି ଓ କୃଷକ କଲ୍ୟାଣ ଏବଂ ପାନୀୟ ଜଳ କ୍ଷେତ୍ରରେ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ବିଫଳ ହୋଇଛି । ମୁଖ୍ୟମନ୍ତ୍ରୀ ଥ୍ରୀଟି ଯଥା ଟ୍ରାନ୍ସପରେନ୍ସି, ଟେକ୍ନଲୋଜି ଓ ଟିମଓାର୍କରେ ବିଶ୍ୱାସ କରୁଥିବା ବେଳେ କାଳିଆ ଯୋଜନାର ଲାଭାର୍ଥୀଙ୍କ ସୂଚି ଦୁର୍ନୀତି ପଦାରେ ପଡିଲା ପରେ ହଟାଇ ଦେଉଛନ୍ତି । ସଭିଙ୍କ ପାଇଁ ପକ୍କା ଘର ଦେବା କଥା କହିବା ମୁଖ୍ୟମନ୍ତ୍ରୀଙ୍କ ବଡ ମିଛ ପ୍ରତିଶ୍ରୁତି । ଗତ ୫ ବର୍ଷରେ ୨୦ ଲକ୍ଷ କଚ୍ଚା ଘରକୁ ପକ୍କା ଘରରେ ପରିଣତ କରିଥିବା ମୁଖ୍ୟମନ୍ତ୍ରୀ କହିଥିବା ବେଳେ ୨୦ ଲକ୍ଷ ଘରରୁ କେତେ ଘର ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନାରୁ ହୋଇଛି ଏହା ଜଣାଇବାକୁ ରାଜ୍ୟ ସରକାର ଅମଙ୍ଗ ହେଉଛନ୍ତି । ୨୦୧୪ ଇସ୍ତହାରରେ ବିଜେଡି ସମସ୍ତଙ୍କୁ ପକ୍କା ଘର ପ୍ରତିଶ୍ରୁତିରେ ଯାହାର ଘରଡିହ ନାହିଁ ତାକୁ ସରକାରୀ ଜମି ଏପରିକି ସରକାରୀ ଜମି ନଥିଲେ ବେସରକାରୀ ଜାଗା କିଣି ଆବାସ ସୁରକ୍ଷା ଯୋଗାଇଦେବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ହୋଇଛି । ରାଜ୍ୟରେ ୩୦ ଲକ୍ଷ ଲୋକ ବିନା ପକ୍କା ଘରରେ ଅଛନ୍ତି । ରାଜ୍ୟ ସରକାର ୫ ବର୍ଷରେ ୨୦ ଲକ୍ଷ ପକ୍କା ଘର ଗରିବଙ୍କୁ ଦେଇଥିବା କହୁଥିବା ବେଳେ ୧୭ ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଇନ୍ଦିରା ଆବାସ ଯୋଜନାରେ ନିର୍ମିତ ହୋଇଛି ଯାହା ରାଜ୍ୟ ନୁହେଁ କେନ୍ଦ୍ର ସରକାରଙ୍କ ଯୋଜନା । ରାଜ୍ୟର ଯୁବପୀଢିର ଏକତୃତୀୟାଂଶ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟରେ ଶିଳ୍ପାୟନ ଓ ମେକ୍ ଇନ୍ ଓଡିଶାର ଡିଣ୍ଡିମ ପିଟାଯାଉଥିବା ବେଳେ ଶିଳ୍ପାୟନ ସଂପୂର୍ଣ୍ଣ ରୂପେ ବିଫଳ ହୋଇଛି । ୨୦୧୪ରେ ୧୦ ଲକ୍ଷ ଅତିରିକ୍ତ ଚାଷ ଜମିକୁ ଜଳ ସେଚନ ସୁବିଧା ଦେବା ପ୍ରତିଶ୍ରୁତି ବିଫଳ । କୃଷି ଓ କୃଷକ କଲ୍ୟାଣରେ ବିଜେଡିର ନିର୍ବାଚନ ଇସ୍ତାହାର ପ୍ରତିଶ୍ରୁତି ପାଣିର ଗାର ହୋଇଛି । ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଶ୍ରୁତି କୂଆଡେ ଗଲା ? ରାଜ୍ୟ ସରକାର ସବୁ ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯିବା ପ୍ରତିଶ୍ରୁତି ଦେଇଥିଲେ । ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟ ଥିବାବେଳେ ଆଜି ଦିନରେ ଗ୍ରାମାଂଚଳର ମାତ୍ର ୩ ପ୍ରତିଶତ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ପହଁଚିପାରିଛି । କୃଷକଙ୍କ ପାଇଁ ରାଜ୍ୟ ସରକାର ମହତ୍ୱକାଂକ୍ଷୀ କାଳିଆ ଯୋଜନା ଆରମ୍ଭ କରିଥିବା କହୁଥିବା ବେଳେ କାଳିଆ ଲାଭାର୍ଥୀଙ୍କ ସୂଚିକୁ ରାତିଅଧିଆ କାହିଁକି ହଟାଇ ଦେଲେ ? ପିଏମ କିଷାନ ଯୋଜନା ପାଇଁ ରାଜ୍ୟ ସରକାର କାହିଁକି ଚାଷୀଙ୍କ ତାଲିକା ପଠାଉନାହାନ୍ତି ? ଏହି ବୈଠକରେ ଭାରତୀୟ ଜନତା ପାର୍ଟି ରାଜ୍ୟ ଉପ ସଭାପତି ନୟୋନ କିଶୋର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସି ପାତ୍ର, ରାଜ୍ୟ ସମ୍ପାଦକ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ଲୋକସଭା କ୍ଷେତ୍ର ସହ ପ୍ରଭାରୀ ପବିତ୍ର ମୋହନ ଦାସ, ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ଗଞ୍ଜାମ ଜିଲ୍ଲା ଉପସଭାପତି ସୁନୀଲ କୁମାର ସାହୁ, ପ୍ରଭାତ କିରଣ ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ ରାଜେଶ କୁମାର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା