
ପୋଲସରା:ପ୍ରଧାନମନ୍ତ୍ରୀ ଙ୍କ ଆଠବର୍ଷ ପୁର୍ତ୍ତୀ ଅବସରରେ ଦୂତୀୟ ପାଳିର ତୃତୀୟ ବର୍ଷ ରେ ପୋଲସରା ନିର୍ବାଚନ ମଣ୍ଡଳୀର ବୁଗୁଡା ଓ ପୋଲସରା ରେ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଦୀପକ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ବୁଗୁଡା ଏନଏସି ସ୍ଥିତ ବୁଦ୍ଧଖୋଲ ଛକଠାରୁ ବାହାରି ପୋଲସରା ରାଣିପଡା ଅଭିମୁଖେ ବିକାସ ତିର୍ଥ ବିଶାଳ ବାଇକ୍ ରାଲି ବାହାରି ଥିଲା। ଉକ୍ତ ବାଇକ ରାଲିରେ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଓ ଉପସଭାପତି ପ୍ରଭାକର ପଣ୍ତା , ଜିଲ୍ଲା ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର ସମେତ ସତାଧିକ ବିଜେପି କର୍ମି ସାମିଲ୍ ହୋଇ ମୋଦି ସରକାର ଙ୍କ ଆଠବର୍ଷ ପୁର୍ତ୍ତୀ ଉପଲକ୍ଷେ ମୋଦି ସରକାରର ବିକାସ ଗାଥା ନାରା ଦେଇ ଜନହିତ କର ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଚିରିକିପୋଡ଼ା ଶାସନ ମଣ୍ଡଳ ସଭାପତି ରଘୁନାଥ ପଣ୍ଡା, ମାଣିତରା ମଣ୍ଡଳ ସଭାପତି କାର୍ତିକ ମଙ୍ଗଳ, ଯୁବନେତା ପ୍ରକାଶ ମହାରାଥା, କେଦାର ମହାରଣା ସମେତ ବହୁ ପଂଚାୟତ ରୁ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ l
ରିପୋର୍ଟ-ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
