

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିଷି ସ୍ଥିତ ଜି.ମେକ୍ସ ରିସୋର୍ଟରେ ବିଜେପିର ଗଞ୍ଜାମ ଜିଲ୍ଲା ମତ୍ସ୍ୟଜୀବୀ ସଂଘ ଉଦଘାଟିତ ହୋଇଯାଇଛି । ବିଜେପିର ରାଜ୍ୟ ସାଧାରଣ ସଂପାଦକ ବିଭୂତି ଭୂଷଣ ଜେନା ଉକ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଛନ୍ତି । ଉକ୍ତ ବୈଠକରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସମସ୍ତ ସାମୁଦ୍ରିକ ମତ୍ସ୍ୟଜୀବୀ ଗ୍ରାମର ୨ ରୁ ୫ଜଣ ମତ୍ସ୍ୟଜୀବୀମାନେ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଉଦ୍ଦେଶ୍ୟ ରହିଛି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଗ୍ରାମାଂଚଳ ମତ୍ସ୍ୟଜୀବୀମାନଙ୍କୁ ଅବଗତ କରାଇବା ସହ ମତ୍ସ୍ୟଜୀବୀମାନଙ୍କୁ ସ୍ୱାବଲମ୍ବି କରିବା । ଆଗାମୀ ଦିନରେ ମତ୍ସ୍ୟଜୀବୀମାନଙ୍କର କିପରି ଉନ୍ନତି କରାଯିବ ସେ ନେଇ ରାଜ୍ୟ ବିଜେପି ସମ୍ପାଦକ ବିଭୂତି ଜେନା ତାଙ୍କ ବ୍ୟକ୍ତବ୍ୟରେ କରିଥିଲେ । ଏହି ବୈଠକରେ ଜିଲ୍ଲା ସଭାପତି କାହ୍ନୁଚରଣ ପତି, ଗଞ୍ଜାମ ବିଜେପିର ସାଧାରଣ ସମ୍ପାଦକ ରାଜେଶ ସାହୁ, ପ୍ରଭାତ କିରଣ ଷଡ଼ଙ୍ଗୀଙ୍କ ସହ ରାଜା ରାଓ ମଂଚ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

