
ଜଳେଶ୍ୱର (ସମୃଦ୍ଧ ଓଡିଶା) ଡାକ୍ତରମାନଙ୍କ ସହିତ ସେବିକା ମାନେ ହିଁ ସଂପ୍ରତି ସମାଜରେ ଦେଖା ଦେଇଥିବା କରୋନା ମହୋମାରର ପ୍ରଥମ ଯୋଦ୍ଧା ଭାବେ ପରିଗଣିତ । ସାମାଜିକ ଜୀବନରେ ସେମାନେ ଶହ ଶହ ରୋଗୀଙ୍କର ଚିକିତ୍ସା କରି ଆସୁଥିବା ବେଳେ କରୋନା ଭଳି ମହାମାରୀରେ ନିଜର ପରିବାରବର୍ଗ ଠାରୁ ଦୂରରେ ରହି ନିଜ ଜୀବନକୁ ଖାତିର ନ କରି ସେଵା ଯୋଗାଇ ଆସୁଥିବାରୁ ସେମାନଙ୍କ କାର୍ଯ୍ୟ ସଦାସର୍ବଦା ପ୍ରଶଂସନୀୟ ବୋଲି ଆଜି ଜଳେଶ୍ୱର ବିଜେପି ନଗର ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜଳେଶ୍ୱରସ୍ଥିତ ଜିକେଭଟ୍ଟର ହସ୍ପିଟାଲର ସମସ୍ତ ସେବିକା ମାନଙ୍କୁ ନଗର ସଭାପତି ଫାଲଗୁନି ପାଣିଗ୍ରାହୀ, ନଗର ଯୁବମୋର୍ଚ୍ଚା ସଭାପତି ରବିନ୍ଦ୍ର ପାତ୍ର, ସୁବ୍ରତ ଘୋଷ, ନନ୍ଦନ ଦତ୍ତ, ସୁଜୟ ଗିରି ପ୍ରମୁଖ ସେମାନଙ୍କୁ ସମ୍ବର୍ଦ୍ଧିତ କରି ଆଗାମୀ ଦିନ ପାଇଁ ପ୍ରତ୍ସାନ ଯୋଗାଇ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା