

ବ୍ରହ୍ମପରୁ (ସମୃଦ୍ଧ ଓଡିଶା) ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଚାପଡ଼ାରେ ଗତ ସୋମବାର ଦିନ ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ପକ୍ଷରୁ ମଣ୍ଡଳ ସଭାପତି ଏଲ. ମୋହନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଯୋଗଦେଇ ଉପରେ ଉପା ସରକାରଙ୍କ ଅମଳରେ ଲୋକେ ଅତିଷ୍ଠ ହୋଇ ୨୦୧୪ରେ ବିଜେପିକୁ ବିଜୟୀ କରି ପ୍ରଧାନମନ୍ତ୍ରୀ ପଦରେ ଅଳଙ୍କୃତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଯୁବଗୋଷ୍ଠୀକୁ ରୋଜଗାର, ମହିଳାଙ୍କୁ ସମ୍ମାନ, ଚାଷୀଙ୍କୁ ଅଧିକାର ଦେଇଛନ୍ତି ବୋଲି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଯୁବଗୋଷ୍ଟିକୁ ରୋଜଗାର, ମହିଳାଙ୍କୁ ସମ୍ମାନ, ଚାଷୀଙ୍କୁ ଅଧିକାର ଦେବା ସହ ରେଳବାଇ ଓ ଅନ୍ୟାନ୍ୟ କ୍ଷେତ୍ରରେ ଓଡିଶାକୁ ଯଥେଷ୍ଟ ଭିତ୍ତିଭୂମି ଯୋଗାଇଛନ୍ତି । ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର ଠାରୁ ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ, ବ୍ରହ୍ମପୁରରୁ ଭୁବନେଶ୍ୱର ଟ୍ରେନ ସମେତ ବ୍ରହ୍ମପୁର ଦେଇ ବହୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇଛି । ସେହିପରି ବ୍ରହ୍ମପୁର ଠାରେ ଗତ ସୋମବାର ଦିନ ଯାତ୍ରୀଙ୍କ ସୁବିଧା ପାଇଁ ଏକ୍ସଲେଟର, ଦ୍ଵିତୀୟ ପାଦଚଲା ବ୍ରିଜ ଲୋକାର୍ପିତ କରାଯାଇଛି । ଏ ପରୀପ୍ରେକ୍ଷୀରେ ୨୦୧୯ ନିର୍ବାଚନରେ ଲୋକେ ପୁଣି ବିଜେପିକୁ ଭୋଟ ଦେଇ ସରକାର ଗଢିବାରେ ସହାୟକ ହେବେ ବୋଲି ପ୍ରକାଶ କରିଛନ୍ତି । ସେହିପରି ସମ୍ମାନିତ ଅତିଥି ଭାବେ ଚଳଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ଅଭିଯୋଗ କରି କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ବିଜେପି ସଭାପତି କାହ୍ନୁଚରଣ ପତି, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ସାଧାରଣ ସମ୍ପାଦକ ରାଜୁ ପାତ୍ର, ମଣ୍ଡଳ ସଭାପତି ଶିବ ପାତ୍ରଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ତୁଙ୍ଗ ନେତା ଏହି ଅବସରରେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






