ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମର ଘୁମୁସର ଜିଲ୍ଲା ବିଜେପି ପକ୍ଷରୁ କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଅପହରଣ ପରେ ହତ୍ୟା କରାଯିବା ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ସହ ବହିଷ୍କାର ଦାବିରେ ଛତ୍ରପୁର ଏସପି ଅଫିସ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା । ଏହାସହ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଏବଂ ସିବିଆଇ ତଦନ୍ତ ଦାବିରେ ଏକ ହାଜରରୁ ଉର୍ଦ୍ଧ୍ବ ବିଜେପି କର୍ମୀ ସର୍କିଟ ହାଉସ ଠାରୁ ରାଲିରେ ବାହାରି ଛତ୍ରପୁର ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଏସପି ବ୍ରିଜେଶ ରାୟଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ମନ୍ତ୍ରୀ ମିଶ୍ରଙ୍କ ସହଯୋଗୀ ଗୋବିନ୍ଦ ସାହୁଙ୍କ ସିଧାସଳଖ ସଂପୃକ୍ତିରେ ହିଁ ଏହି ଜଘନ୍ୟ କାଣ୍ଡ ଘଟିଛି । ଏଥିରେ ସିଧାସଳଖ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଜାଣତରେ ହୋଇଥିବା ଘୁମୁସର ବିଜେପି ଅଭିଯୋଗ କରିଛି । ତେଣୁ ତୁରନ୍ତ ଶ୍ରୀ ମିଶ୍ରଙ୍କୁ ସିବିଆଇ ତଦନ୍ତ ପରିସରଭୁକ୍ତ କରିବା ସହ ଗିରଫ ଦାବି କରିଛି ଜିଲ୍ଲା ଯୁବ ମୋର୍ଚ୍ଚାର ସଭାପତି ପ୍ରମୋଦ ପଣ୍ଡା । ଆସନ୍ତାକାଲି ଠାରୁ ଜିଲ୍ଲାର ସମସ୍ତ ଥାନା ଘେରାଉ ହେବ ବୋଲି ଚେତାବନୀ ଦେଇଥିଲେ ଘୁମୁସର ଜିଲ୍ଲା ଯୁବ ମୋର୍ଚ୍ଚାର ସଭାପତି ଶ୍ରୀ ପଣ୍ଡା । ଏହି ଆନ୍ଦୋଳନରେ ଘୁମୁଷର ଜିଲ୍ଲା ବିଜେପି ଯୁବମୋର୍ଚ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା, ସଂଯୋଜକ ଅଶୋକ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳ, ରାଜ୍ୟ ବିଜେପି ସାଧାରଣ ସଂପାଦକ ଓମ୍ ପ୍ରକାଶ ମିଶ୍ର, ବିଜେପି ଘୁମୁଷର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ରଞ୍ଜନ କୁମାର ପଲାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ମିରାବାଇ ଦେଓ, ନୀଳମଣୀ ବିଷୋୟୀ, ପ୍ରଦ୍ୟୁମ୍ନ ନାୟକ, ଖଲ୍ଲିକୋଟ ବିଧାୟିକା ପାର୍ଥିନି ଭାରତୀ ବେହେରା, ଛତ୍ରପୁର ନଗର ସଭାପତି ସଞ୍ଜିତ୍ କୁମାର ରାଉଳ, ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ଉପସଭାପତି କେ.ରଘୁନାଥ ରେଡ୍ଡୀ, ଡି.ସୁରେଶ ରେଡ୍ଡୀ, ଅମରେଶ ମହାରଣା, ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର, ପ୍ରଦୀପ ପାତ୍ରୀ, ଗଜେନ୍ଦ୍ର ଚୌଧୁରୀ ,ବିଜେପି ଜିଲ୍ଲା ଲିଗାଲ ସେଲ୍ର ସଭାପତି ପ୍ରଦୀପ କୁମାର ପାଢୀ, ମଧୁସୂଦନ ସାହୁ, ବିଜେପିର ରାଜ୍ୟ ସ୍ତରୀୟ ସଂଯୋଜକ ମଧୁସୂଦନ ସାହୁ କୃଷକ ମୋର୍ଚ୍ଚାଙ୍କ ସମେତ ବହୁ ବିଜେପି କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା