

ଢେଙ୍କାନାଳ (ସମୃଦ୍ଧ ଓଡିଶା) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହାୟତାରେ ବିଜେପି ଢେଙ୍କାନାଳ ନଗରମଣ୍ଡଳର ସଭାପତି ଅଜୟ କୁମାର ଭଞ୍ଜଙ୍କ ଉପସ୍ଥିତିରେ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ଧ୍ରୁବ ଚରଣ ସ୍ୱାଇଁ, ଭାରତୀ ସ୍ୱାଇଁ, ପୂର୍ବତନ କାଉନସିଲର ସନ୍ତୋଷ ରାଉତ, ବ୍ରହ୍ମାନନ୍ଦ ସାହୁ, ସଂକଳ୍ପ ଦାସ, ମାନସ ହୋତା ଓ ସସ୍ମିତା ସାମଲଙ୍କ ଦ୍ୱାରା ୭ନଂ ୱାର୍ଡର ଛୋଟ ଶିଶୁ ଓ ଗରିବ ଖଟିଖିଆ ଶ୍ରମିକମାନଙ୍କୁ ସାନିଟାଇଜର, ମାସ୍କ୍, ସାବୁନ୍ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏଥିରେ ବହୁ ବିଜେପି ସଦସ୍ୟ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ ।
ରିପୋର୍ଟ : ଶୁଭମ ପାଣି
