


ଭୁବନେଶ୍ୱର(ସମୃଦ୍ଧଓଡିଶା)ବିଜେପି ପ୍ରଶିକ୍ଷଣ ସେଲ ଓ ଏକତା ଟ୍ରଷ୍ଟ ର ମିଳିତ ଉଦ୍ୟମ ରେ ପ୍ରଶିକ୍ଷଣ ଶିବିର ର ସଭ୍ୟ, ସଭ୍ୟା, ସ୍ଥାନୀୟ ମହିଳା ଓ ଯୁବକ ମାନଙ୍କୁ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଯୋଗ ଶିକ୍ଷା ପ୍ରଦାନ କରିଥିଲେ ପ୍ରଶିକ୍ଷଣ ଶିବିର ର ଉପଦକ୍ଷା ଦିପ୍ତୀରେଖା ପଟ୍ଟନାୟକ l ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଝଡପଡା ରାମ ମନ୍ଦିର ପ୍ରାଙ୍ଗଣରେ ଆୟୋଜନ କରାଯାଥିଲା l ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଅତିଥିବୃନ୍ଦ ଏବଂ ସମାଜସେବୀ ଯୋଗ ଦେବା ସହିତ ଦୁଇ ଜଣ ବ୍ରହ୍ମ କୁମାରୀ ମହୋଦୟା ଯୋଗ ଦେଈ ଥିଲେ l ଉକ୍ତ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେପି କର୍ପୋରେଟର ଲଢ଼ିଥିବା ପ୍ରାର୍ଥ ପ୍ରଭାତ ମାର୍ଥା, ବିଧାୟକ ଲଢ଼ିଥିବା ପାର୍ଥି ଜଗନ୍ନାଥ ପ୍ରଧାନ ଙ୍କ ସମେତ ସାଧାରଣ ଲୋକେ ସାମିଲ ହୋଇ ଥିଲେ l ବିଜେପି ସେଲ ର ଅଧକ୍ଷ ରବି ମହାରଣା, ଉପାଧ୍ୟାକ୍ଷା ଦୀପ୍ତରେଖl ପଟ୍ଟନାୟକ, ରଜନୀ ବଳା ଦାସ, ତୁଳସୀ ବିଶୋଇ, ଦିବ୍ୟ ଭାରତୀ ଜେନା, ରାଜେନ୍ଦ୍ର ଦାସ, ଓ ବିଶ୍ୱ ପ୍ରଭା ପୃଷ୍ଟି ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମ ସସ୍ମିତା ପରିଡା ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇ ଥିଲା l
