ବିଜେପି ଯୁବମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଭାରତୀୟ ଜନତା ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ତରଫ ରୁ ରକ୍ତଦାନ ଶିବିର ସ୍ଥାନୀୟ ଆଶୀର୍ବାଦ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।ଯୁବକ ମାନଙ୍କ ମଧ୍ୟରେ ରକ୍ତଦାନ ର ମହତ୍ୱ ସମ୍ପର୍କ ରେ ସଚେତନତା ସହ ସମାଜ ସେବାରେ ନିଜ ଅବଦାନ ଲାଗି ଏହି ଶିବିର ଆୟୋଜନ କରାଯାଇଥିଲା।ଯୁବମୋର୍ଚ୍ଚା ସଦା ସର୍ବଦା ରକ୍ତ ଦାନ ପାଇଁ ପ୍ରତିବର୍ଷ ଏହି ଭଳି ରଚନାତ୍ମକ କାର୍ଯ୍ୟକ୍ରମ ହାତକୁ ନିଏ।ଏହି କ୍ରମରେ ଆଜି ରକ୍ତ ଦାନ ଶିବିର ଆୟୋଜନ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମ କୁ ଗୋପାଳପୁର ବିଧାନସଭା ନେତା ତଥା ଜିଲ୍ଲା ର ପୂର୍ବତନ ସଭାପତି ବିଭୁତି ଭୂଷଣ ଜେନା ଉଦଘାଟନ କରିଥିଲେ।ମୁଖ୍ୟ ଅତିଥି ରୂପେ ଡା. ସୁବାଷ ସାହୁ ଉପସ୍ଥିତ ଥିଲେ।ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଶିବ ଶଙ୍କର ନାୟକ ଙ୍କ ନେତୃତ୍ୱ ରେ ଏହି ଶିବିର ଆୟୋଜିତ ହୋଇଯାଇଥିଲା।ଏଥିରେ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ତୁତୁନ୍ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୋମନାଥ ପାତ୍ର,ରବି ରାଓ ଉପସ୍ଥିତ ଥିଲେ।ଯୁବ ନେତା ଦିପୁନ ସାମଲଙ୍କ ତତ୍ଵବଧା ରେ ହୋଇଥିବା କାର୍ଯ୍ୟକ୍ରମ ରେ ଯୁବମୋର୍ଚ୍ଚା ଉପ ସଭାପତି ବାପି ପ୍ରଧାନ,ଅଜୟ ନାୟକ,ଚନ୍ଦ୍ର ଶେଖର ଦାସ ଜିଲ୍ଲା ସମ୍ପାଦକ ମାତା ପ୍ରସାଦ ନାୟକ,କମଲ୍ ପାତ୍ର,କିଶୋର ସାହୁ ମଣ୍ଡଳ ସଭାପତି ଆକାଶ ଗୌଡ଼,ଜି ନାରାୟଣ ସହ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥୀ,ପ୍ରଭାତ କିରଣ ଷଡ଼ଙ୍ଗୀ, ସମ୍ପାଦକ ଏଲ ମୋହନ ଦାସ,ବାଳକୃଷ୍ଣ ସାମନ୍ତରାୟ, କୋଷାଧକ୍ଷ ସୁର୍ଜ୍ୟମଣି ପାତ୍ର,ମହିଳା ମୋର୍ଛା ସଭାନେତ୍ରୀ ରତ୍ନଗର୍ଭା ସରସ୍ବତୀ,ସାଧାରଣ ସମ୍ପାଦିକା ଅନୁଜା ନନ୍ଦ ବିଶ୍ୱାଳ,ବର୍ଷା ବିଦୁସ୍ମିତା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ମହାରାଜ, ମଣ୍ଡଳ ସଭାପତି ଚଣ୍ଡୀ ପ୍ରସାଦ ସାହୁ, ଧର୍ମରାଜ ପାଣିଗ୍ରାହୀ ଉପସ୍ଥିତ ଥିଲେ।

ରିପୋର୍ଟ : ରଜତ ପଟ୍ଟନାୟକ