

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ବିଜେପି ଯୁବମୋର୍ଚ୍ଚା ନଗରମଣ୍ଡଳ ତରଫରୁ ୧୮ ନଂ ୱ୍।ର୍ଡ୍, ଭଗବାନପୁର ଠାରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏଥି ସହିତ କରୋନା ମହାମାରୀକୁ ସାମ୍ନା କରିବା ପାଇଁ ପ୍ରୋତ୍ସାହନ ବାର୍ତ୍ତା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ଯୁବମୋର୍ଚ୍ଚା ନଗରମଣ୍ଡଳ ସଭାପତି ସଙ୍କଳ୍ପ ଦାସ ଏବଂ ହିନ୍ଦୋଳ ଏସି ଆଇଟି ସଂଯୋଜକ ସୁଜିତ ବାରିକ, ପ୍ରକାଶ ପାତ୍ର, ବିଶ୍ୱଜିତ ବେହେରା, ଦେବି ପ୍ରସାଦ ବେହେରା, ବିଶ୍ୱଜିତ ପଣ୍ଡା,ଭବାନୀ ଶଙ୍କର ଦାସ ଇତ୍ୟାଦି ଉପସ୍ଥିତ ରହିଥିଲେ l

