

ନିମାପଡ଼ା(ସମୃଦ୍ଧଓଡିଶା) ପୁରୀ ଜିଲ୍ଲା ନିମାପଡ଼ା ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ଥରୀୟ ବୁଥ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଆଜି ସନ୍ଧ୍ୟାରେ ସ୍ଥାନୀୟ ଦେବୀ ମଣ୍ଡପ ସମ୍ମୁଖରେ ଅନୁଷ୍ଠିତ ଏହି ସମ୍ମିଳନୀ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଯୋଗଦେଇ ଭାଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ l ରାଜ୍ୟରେ ରାଜନୀତି ଓ ଗଣତନ୍ତ୍ର ଆଜି ବିପଦରେ l ମନ୍ତ୍ରୀ ଓ ବିଧାୟକ ଆଜି ବୋକାଚା ବୁହା ହୋଇ ପଡିଛନ୍ତି l ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଓଡିଶା ଆଜି ଏକ ନମ୍ବର l ୧୨ ବର୍ଷ ବିତିଲା ଚିଟଫଣ୍ଡ ଜମାକାରୀଙ୍କ ସମସ୍ୟା ସମାଧାନ ଦିଗରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି l ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଗୋଟିଏ ଦିନରେ ଅଧ୍ୟାଦେଶ ଆଣିବାସହିତ ୩0 ଦିନରେ ଟଙ୍କା ଫେରସ୍ତ କରାଯିବ ବୋଲି ପ୍ରତସୃତି ଦେଇଥିଲେ l କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଜନକଲ୍ୟାଣକାରି ଯୋଜନାକୁ ଘରେ ଘରେ ପହଞ୍ଚାଇବା l ଉପସ୍ଥିତଥିବା ବୁଥ କାର୍ଯ୍ୟକର୍ତ୍ତାମାନଙ୍କୁ ଭେଦଭାବ ଭୁଲି ଗୋଷ୍ଠୀ କନ୍ଦଳରୁ ଉର୍ଦ୍ଧ୍ଵରେ କାର୍ଯ୍ୟକରିବା ପାଇଁ ପରମର୍ଶ ଦେଇଥିଲେ l ନିର୍ଦ୍ଧାରିତ ସମୟର ୩ଘଣ୍ଟା ବିଳମ୍ବରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆରମ୍ଭ ହୋଇଥିବାରୁ ସର୍ବପ୍ରଥମେ ଶ୍ରୀଯୁକ୍ତ ସାମଲ କ୍ଷମା ମାଗିଥିଲେ l ଆଜିର ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପ ସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥି, ରାଜ୍ୟ ସମ୍ପାଦକ ସରୋଜ କୁମାର କର, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ,ପୂର୍ବତନ ରାଜ୍ୟ ଉପସଭାପତି ଶ୍ରୀମତୀ ପ୍ରଭାତୀ ପରିଡ଼ା,ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ରାୟ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପୁର୍ଣ ଚନ୍ଦ୍ର ଓଝା,ଯୁବନେତୃତ୍ୱ ଦିଲ୍ଲୀପ ନାୟକ ପୁରୀ ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଶ୍ରୀମତୀ ମିନାଲତ ମହାନ୍ତି,ସମିତି ସଭ୍ୟା ତିଳତମା ବାରିକ, ସନ୍ଧ୍ୟାରାଣୀ ରଥ, ସରପଞ୍ଚ ଦେବାଶିଷ ଆଚର୍ଯ୍ୟ ଏବଂ ସଂଯୋଜକ ପ୍ରଦୀପ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ୨0୨୪ ନିର୍ବାଚନରେ ନିମାପଡାରେ ବିଜେପିକୁ ଜିତାଇବା ପାଇଁ ମନପ୍ରାଣ ଦେଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ l ସଭାପତି ଶ୍ରୀ ସାମଲ ଅପସରାହ୍ନରେ ଚାରିଛକ ଠାରୁ ଏକ ବିରାଟ ବାଇକି ରାଲି ସନ୍ଧ୍ୟାରେ ନିମାପଡ଼ାରେ ପହଞ୍ଚିଥିଲେ l ଦୋଳ ବେଦୀ ଛକ ନିକଟରେ ହଜାରରୁ ଊର୍ଧ୍ଵ ଦଳୀୟ କର୍ମୀ ଏକତ୍ରିତ ହୋଇ ବିରାଟ ପଟୁଆରରେ ଅତିଥିଙ୍କୁ ସଭାସ୍ଥଳକୁ ପାଛୋଟି ନେଇଥିଲେ l ଆଜି କାର୍ଯ୍ୟକର୍ତ୍ତା ସମିଳନୀରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ୨ହଜାରରୁ ଉର୍ଦ୍ଧ୍ଵ କାର୍ଯ୍ୟକର୍ତ୍ତା ଯୋଦେଇଥିଲେ l
ରିପୋର୍ଟ : ରଜତ ମହାପାତ୍ର