ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସମଗ୍ର ବିଶ୍ୱରେ ଏକ ଅଗ୍ରଣୀ ଦେଶରୂପେ ପରିଗଣିତ ହୋଇଛି । ରାଷ୍ଟ୍ର ସୁରକ୍ଷା ପାଇଁ ବିଜେପି ସରକାରର ଆବଶ୍ୟକତା ଥିବା ବେଳେ ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଦିଆଯିବାପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସିଏଏ ଓ ଏନ୍ଆର୍ସି ସପକ୍ଷରେ ଜନମତ ସୃଷ୍ଟି କରିବାପାଇଁ ବିଜେପି ପକ୍ଷରୁ ପ୍ରତ୍ୟେକ ମଣ୍ଡଳ ସ୍ତରୀୟ ଜନଜାଗରଣ ବୈଠକ ଅନୁଷ୍ଠିତ ହେଉଛି ବୋଲି ବିଜେପିର ଜିଲା ସଭାପତି ଉମାକାନ୍ତ ମହାପାତ୍ର ପ୍ରକାଶ କରିଛନ୍ତି । ଗୋବରଘଟ୍ଟା ପଞ୍ଚାୟତର ମାଧପୁର ଗାଁରେ ସୁବର୍ଣ୍ଣରେଖା ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ପ୍ରଣବ କୁମାର ପଣ୍ଡା ପୌରହିତ୍ୱ କରିଥିବା ବେଳେ ସିଦ୍ଧାର୍ଥ ଶଙ୍କର ପାଳ ବୈଠକକୁ ସଞ୍ଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ଜାତୀୟ ପରିଷଦ ସଦସ୍ୟ ସମୀର ପାତ୍ର, ରାଜ୍ୟ ପରିଷଦ ସଦସ୍ୟ ଶାନ୍ତନୁ କୁମାର ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ଅରଉଣ କୁମାର ବେଜ, ନଗର ସଭାପତି ଫାଲ୍ଗୁନୀ ପାଣିଗ୍ରାହୀ, ତପନ କୁମାର ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଅନନ୍ତ କୁମାର ଦାସ, ସୁମତୀ ଦେ, ରତ୍ନମଂଜରୀ ଗିରି, ସୁଖପଦ ସାମଲ, ପିନାଖି ଚାଟାର୍ଜୀ, ରବିନାରାୟଣ ସିଂହ, ରାମ ଗିରି, ଅଂଜନ କୁମାର ଦାସ, ପରେଶ ଚନ୍ଦ୍ର ଘୋଷ, ବୁଦ୍ଧେଶ୍ୱର ବାବୁ ପ୍ରମୁଖ ନେତୃବ୍ୟନ୍ଦ ଯୋଗ ଦେଇ ଉଦ୍ବୋଧନ ଦେଇଥିଲେ । ଶେଷରେ ପୂର୍ବତନ ମଣ୍ଡଳ ସଭାପତି ବିଶ୍ୱରୂପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା