

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟରେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ସେଠାରେ ବିଜେଡ଼ି ସଭାପତି ପଦ ପାଇଁ ନାମାଙ୍କନ ଭରିଛନ୍ତି । ଲଗାତର ଚଳିତ ବର୍ଷ ସେ ଅଷ୍ଟମ ଥର ପାଇଁ ଦଳର ସଭାପତି ହେବେ । ଏହାସହ ଆସନ୍ତା ୨୬ରେ କର୍ମକର୍ତ୍ତାଙ୍କ ବିଧିବଦ୍ଧ ଭାବେ ଘୋଷଣା ହେବ ବୋଲି ସୂଚନା ମିଳିଛି । କାର୍ଯ୍ୟକାରୀଣୀ ସଦସ୍ୟ ପଦ ପାଇଁ ମଧ୍ୟ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି ।
ରିପୋର୍ଟ : ଆକାଶ ମିଶ୍ର

