ଢେଙ୍କାନାଳ (ସମୃଦ୍ଧ ଓଡିଶା) ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗରେ ବିଜ୍ଞାନକୁ ଲୋକାଭିମୁଖୀ କରିବା ପାଇଁ ଏକ ସେମିନାର ଅଧ୍ୟକ୍ଷ ସଚିଦାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସେମିନାର ପ୍ରସଙ୍ଗଟି ଥିଲା ‘Prospects and challenges in the field of Science and Etiological thinking’ । ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଜ୍ଞାନ ଚେତନା ମଞ୍ଚର ଓଡ଼ିଶାର ପରାମର୍ଶଦାତା ଡ଼ଃ.ବିଶ୍ଵବସୁ ଦାସ ବିଜ୍ଞାନର ଉପକାରିତା ଓ ଆବଶ୍ୟକତା, ବିଜ୍ଞାନର ପ୍ରସାର ପାଇଁ ଥିବା ପ୍ରତିବନ୍ଧକ ଏବଂ ସମୀକ୍ଷାତ୍ମକ ଚିନ୍ତନ ଦିଗରେ ସାମଗର୍ଭକ ଉପସ୍ଥାପନା ରଖିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ.ପିସି ରଥ ଏବଂ ଅବସର ପ୍ରାପ୍ତ ଶିକ୍ଷକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ ବୈଜ୍ଞାନିକ ମନୋବୃତ୍ତି ଓ ଅନ୍ୱେଷଣ ଭାବ ଶିକ୍ଷାର୍ଥୀ ମାନଙ୍କ ଠାରେ କିପରି ଜାଗ୍ରତ କରାଯାଇଥିପାରିବ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦେବୀ ପ୍ରସାଦ ମିଶ୍ର ସେମିନାରର ଆଭିମୁଖୀ ସମ୍ବଦ୍ଧରେ ଶିକ୍ଷାର୍ଥୀ ଓ ପ୍ରଶିକ୍ଷକ ମାନଙ୍କୁ ଦର୍ଶାଇଥିଲେ । ସଭାପତି ଶ୍ରୀ ମିଶ୍ର ବୈଜ୍ଞାନିକ ପଦ୍ଧତି ଓ ପ୍ରଣାଳୀ, ପ୍ରଶ୍ନ ପଚାରିବା ଦକ୍ଷତା ଶିକ୍ଷାର୍ଥୀ ମାନଙ୍କର କିପରି ବିକାଶ ହେବ ଏବଂ ବିଜ୍ଞାନ ଶିକ୍ଷକ କିପରି ଫଳପ୍ରଦ ହୋଇପାରିବ ସମ୍ବଦ୍ଧରେ ଅଭିଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ତଥା ଶିକ୍ଷାବିତ ସୁସନ୍ଧ୍ୟା ମହାନ୍ତି, ପ୍ରାକ୍ତନ ପ୍ରଧାନ ଶିକ୍ଷକ ବରିନ ଶତପଥୀ ମଧ୍ୟ ଯୋଗ ଦେଇଥିଲେ । ଅନୁଷ୍ଠାନର ପ୍ରାୟ ୩୦ ଜଣ ପ୍ରଶିକ୍ଷଣ, ୨୫୦ ଗୁରୁ ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି, ଶିକ୍ଷାପ୍ରେମୀ, ଢେଙ୍କାନାଳ ମହାବିଦ୍ୟାଳୟର ଛାତ୍ର ଯୋଗା ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଗୁରୁ ଛାତ୍ରୀ ଶୁଭଶ୍ରୀ ବେହେରା ଓ ପଦ୍ମିନୀ ସାହୁ ସଂଚାଳନ କରିଥିଲେ ଏବଂ ଶେଷରେ ଅତିଥି ମନକୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଜ୍ଞାନ ଚେତନା ମଞ୍ଚର ସଂଯୋଜକ ବିନୋଦ ସେଠି ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି