ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାରେ ବିଜୟା ଦଶମୀରେ ପାରଳାଖେମୁଣ୍ଡିରେ ଥିବା ପାଇକ ଆଖଡା ଗୁଡିକରେ ଖଣ୍ଡାଧୂଆ ପୂଜା ଓ ଯୁବକ ମାନେ ଖଣ୍ଡା ବୁଲାଇବା ସହ ନିଜର କୈାଶଳ ପ୍ରଦର୍ଶନ କରିଥିଲେ । ଆଜି ମା’ଙ୍କ ବିଜୟା ଦଶମୀ ପୂଜା ଏହି ବିଜୟା ଦଶମୀ ଦିନ ପାରଳାଖେମୁଣ୍ଡିରେ ଥିବା ପାଇକ ଆଖଡା ଗୁଡିକରେ ଖଣ୍ଡାଧୂଆ ପୂଜା ଅନୁଷ୍ଠିତ ହୋଇଥାଏ । ରାଜ ଅମଳରୁ ଥିବା ଏହି ପାଇକ ଆଖଡାର ଖଣ୍ଡା, ଡାଲ, ବାଡି ଗୁଡିକୁ ପୋଖରୀରେ ଧୂଆ ଯାଇଥାଏ । ଏହାପରେ ପୂଜା କରିବା ସହ ଆଖଡାର ଯୁବକ ମାନେ ଖଣ୍ଡା ବୁଲାଇବା ସହ ସହର ପରିକ୍ରମା କରି ନିଜର କୈାଶଳ ପ୍ରଦର୍ଶନ କରିଥାନ୍ତି । ଏହି ପରମ୍ପରା ବହୁ ପୂର୍ବରୁ ଚାଲି ଆସିଛି ବୋଲି ଆଖଡାର ଯୁବକ ମାନେ କହିଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା