
ରାୟଗଡା (ସମୃଦ୍ଧ ଓଡିଶା) ପଡୋଶୀ ଆନ୍ଧ୍ର ବିଜୟେୱାଡାଠାରେ କାର୍ଯ୍ୟ କୁରୁଥିବା ୧୧ଜଣ ଶ୍ରମିକ ଚାଲିଚାଲି ଝାଡଖଣ୍ଡ ଅଭିମୁଖେ ନିଜ ଘରକୁ ଫେରୁଥିବା ସମୟରେ ରାୟଗଡାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ମୁତାବକ, ଦୀର୍ଘଦିନ ହେଲା ଉପରୋକ୍ତ ପ୍ରବାସୀ ଶ୍ରମିକ ସେଠାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ । ତାଲା ବନ୍ଦ ଯୋଗୁଁ କମ୍ପାନୀରେ କାର୍ଯ୍ୟ ବନ୍ଦ ହୋଇଥିବାରୁ ଟାଙ୍କ ପଇସା ନପାଇ ସେଠାରେ ଭୋକ ଉପବାସରେ ପଡି ରହିଥିଲେ । ତେବେ ଖାଦ୍ୟପେୟ ନପାଇ ସେଠାରୁ ଘରକୁ ଫେରିବା ପାଇଁ ସମସ୍ତେ ନିଷ୍ପତ୍ତି ନେଇଥିଲେ । ଗତ ୧୪ ଦିନ ପୂର୍ବେ ଉକ୍ତ ଶ୍ରମିକ ମାନେ ପ୍ରାୟ ୬୦୦କିମି ରେଳ ଧାରଣା ଉପରେ ଚାଲିଚାଲି ଘରକୁ ଫେରୁଥିଲେ । ତେବେ ପୁଲିସ ଓ ପୌରପାଳୀକା କର୍ମଚାରୀ ଏ ନେଇ ଖବର ମିଳିବା ପରେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା କଲା ପରେ ସଂଙ୍ଗରୋଧ କେନ୍ଦ୍ରକୁ ପଠାଇଥିବା ଜଣାପଡିଛି । ଅନୁରୂପ ଅନ୍ୟ ଏକ ଘଟଣାରେ ଆନ୍ଧ୍ରପ୍ରଦେଶ ରାଜ୍ୟ ଭିଜୟନଗରମ ଜିଲ୍ଲାରେ କାର୍ଯ୍ୟ କରୁଥିବା ରାୟଗଡା ଜିଲ୍ଲା ବିଷମକଟକ ଅଞ୍ଚଳର ପାଞ୍ଚଜଣ ଶ୍ରମିକ ଚାଲି ଚାଲି ଘରକୁ ଫେରୁଥିବା ଦେଖି ରାୟଗଡା ପୋଲିସ ସେମାନଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ ଯାଞ୍ଚ କଲା ପରେ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଇଥିବା ସୂଚନା ମିଳିଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ