

ବିଜୟୱାଡା (ସମୃଦ୍ଧ ଓଡିଶା) କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଜୟୱାଡା ଗସ୍ତରେ ଆସି ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କରିଥିଲେ । କେନ୍ଦ୍ର ମନ୍ତ୍ରୀ ପ୍ରଧାନଙ୍କ ଆନ୍ଧ୍ରା ଗସ୍ତକୁ ରାଜ୍ୟପାଳ ବେଶ ଖୁସି ଅନୁଭବ କରିଥିଲେ । ତାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ରାଜ୍ୟପାଳ ସ୍ୱାଗତ କରିଥିଲେ । ରାଜ୍ୟପାଳଙ୍କ ସହ କିଛି ସମୟ ଧରି କେନ୍ଦ୍ରମନ୍ତ୍ରୀ ପ୍ରଧାନ ବାର୍ତ୍ତାଳାପ କରିଥିଲେ । ରାଜ ଭବନକୁ କେନ୍ଦ୍ର ମନ୍ତ୍ରୀଙ୍କ ଏହି ଗସ୍ତ ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ସମସ୍ତ ଅଫିସର ଓ କର୍ମଚାରୀ ବେଶ ଆନନ୍ଦିତ ହୋଇଥିବା ଦେଖିବାକୁ ମିଳିଥିଲା ।


