ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅଧିନରେ ଥିବା କେତେକ ଖାଳ ଓ ନାଳରେ ବିତଲାତି ଝଞ୍ଜି ଭର୍ତ୍ତି ହୋଇ ରହିଥିବାରୁ ପଶ୍ଚିମବଙ୍ଗ ଓ ଏ ଅଞ୍ଚଳର ଉଦବୃତ୍ତ ବର୍ଷ ପାଣି ସୁବର୍ଣ୍ଣରେଖାକୁ ଗଡିଯିବାରେ ବାଧକ ସାଜିଛି । ଏହା ଫଳରେ ଦଳ ଓ ବର୍ଷାପାଣି ନିକଟସ୍ଥ ଜମିକୁ ମାଡି ଯାଉଛି । ବିସ୍ତଣ୍ଣ ଅଞ୍ଚଳରେ ଏପରି ଘଟଣା ହେଉଥିବାରୁ ଜଳ ନିସ୍କାର ପଦସ୍ତ କର୍ମକର୍ତ୍ତାଙ୍କୁ ସ୍ଥାନୀୟ ଲୋକେ ଓ ବିଧାୟକ ପରିସ୍ଥିତି ସଂପର୍କରେ ଅବଗତ କରାଇଥିଲେ । ପଶ୍ଚିମବଙ୍ଗରୁ ବାହାରି ଭୋଗରାଇ ଲକ୍ଠାରେ ମିଶିଥିବା ନାମ୍ପୋ ଖାଳ, ପଶ୍ଚିମବଙ୍ଗରୁ ବାହାରି ନାଚିନ୍ଦା ଠାରେ ବଡ ଖାଳରେ ମିଶିଥିବା ନହଳା ନାଳ, ଅଣ୍ଡିଆ ନାଳ, ନାମ୍ପୋ କଟିଖାଳ, ଚିଙ୍ଗୁଡିି ନାଳ, ଖାଲିନା ଖାଳ, ପଶ୍ଚିମବାର୍ଡ ଖାଳ ଇତ୍ୟାଦିରେ ବିଲାତି ଝଞ୍ଜି ଗତ କିଛି ବର୍ଷ ଧରି ମାଡି ବସିଛି । ଫଳରେ ପୂର୍ବ ଓ ପଶ୍ଚିମ ମେଦିନୀପୁର ଜିଲାର ବିସ୍ତିର୍ଣ୍ଣ ଅଞ୍ଚଳରୁ ବର୍ଷାପାଣି ଏହି ସବୁ ନାଳ ଦ୍ୱାରା ସୁବର୍ଣ୍ଣରେଖଶ ନଦୀକୁ ଗଡି ଯାଇଥାଏ । କିନ୍ତୁ ଏହି ଝଞ୍ଜି ଗୁଡିକ ଏପରି ଖୁନ୍ଦି ରହିଛି ଯାହ ଫଳରେ ଗତ ବର୍ଶାଦିନେ ଏବଂ ଏବେ ଅମ୍ପନ ସୁପର ସାଲକ୍ଲନ ପରେ ଏ ଅଞ୍ଚଳର ଉଦ୍ବୃତ୍ତ ବର୍ଷା ପାଣି ନଦୀକୁ ଠିକ୍ ଭାବେ ନିଷ୍କାସନ ହୋଇ ପାରୁନାହିଁ । ବରଂ ଏହି ସବୁ ନାଳ ଓ ଖାଳ ନିକଟବର୍ତ୍ତା ଚାଷଜମି ପାଣିରେ ବୁଡି ରହୁଛି ଓ ଝଞ୍ଜି ଜମିରେ ମାଡି ଚାଲିଛି । ଚାଷୀମାନଙ୍କର ଚାଷ ଏହା ଫଳରେ ନଷ୍ଟ ହେଉଛି । ଏ ସବୁ ଘଟଣାରୁ ପରିସମାପ୍ତିଲାଗି ଜଳେଶ୍ୱର ବ୍ଲକର ନେତୃମଣ୍ଡଳୀ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କୁ ଦୃଷ୍ଟି ଆକଷ;ଣ କରିଥିଲେ । ଫଳରେ ଆଜି ବିଧାୟକ ଶ୍ରୀ ପାତ୍ର ଜଳ ନିଷ୍କାସନ ବିଭାଗୀ ନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ଦାସ, କନିଷ୍ଠ ଯନ୍ତ୍ରୀ ଶରତ କୁମାର ସିଂ ପ୍ରମୁଖ ଘଟଣା ସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଏ ସଂପର୍କରେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଇ ଦଳ ନିରାକରଣର ବ୍ୟବସ୍ଥା ଓ ଜଳ ନିସଷ୍କାସନ ଲାଗି ଗୁରୁତ୍ୱ ଦେବେ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି । ପ୍ରକାଶଯୋଗ୍ୟ ଦିନକୁ ଦିନ ଏହି ଦଳ ବଂଶବୃଦ୍ଧତ କରୁଥିବାରୁ ବିସ୍ତିର୍ଣ୍ଣ ଚାଷଜମି ନଷ୍ଟ ହେଉଛି ଓ ଜଳ ନିଷ୍କାସନରେ ବାଧା ସୃଷ୍ଟି କରି ଆସୁଛି ।
ରିପୋର୍ଟ : ଭୂପତି କୁମାର ପରିଡା