ବିଦାୟକାଳୀନ ଶବ୍ଦ ଅରୁଚିକର ହେଲେ ମଧ୍ୟ ସତ୍ୟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଅବସରକାଳୀନ କିମ୍ବା ବିଦାୟକାଳୀନ ଶବ୍ଦ ଅତ୍ୟନ୍ତ ଦୁଃଖଦ, ମର୍ମସ୍ପର୍ଶୀ । ତଥାପି ଏହା ଚିରନ୍ତ ସତ୍ୟ ଓ ଶାଶ୍ୱତ ବୋଲି ପ୍ରସାଦଶୋଳ ସ୍ଥିତ ଜଳନ୍ଦର ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଜଣେ କର୍ମଚାରୀଙ୍କ ବିଦାୟକାଳୀନ ସଭାରେ ମତପ୍ରକାଶ ପାଇଛି । ପ୍ରଧାନ ଶିକ୍ଷକ ବିଜୟ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ଜଳନ୍ଦର ପାଳ ମୁଖ୍ୟବକ୍ତା ଭାବେ ଓଷ୍ଟା ରାଇବଣିଆ ମଣ୍ଡଳର ସଂପାଦକ ବଂଶୀଧର ବାରିକ ଯୋଗ ଦେଇ ଅବସର ଗ୍ରହଣ କରୁଥିବା ହରିଶ୍ଚନ୍ଦ୍ର ମହାନ୍ତଙ୍କ ସଦ୍ଗୁଣାବଳି ବର୍ଣ୍ଣନା କରିବା ସହିତ ତାଙ୍କ କର୍ତ୍ତବ୍ୟ, ସାଧନ, ନିଷ୍ଠା ତାଙ୍କୁ ଉତ୍ତତର ସମ୍ମାନରେ ସମ୍ମାନିତ କରୁଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ଦାସ, ପ୍ରଦୀପ କୁମାର ସାହୁ, ଅଜିତ୍ କୁମାର ଦେ, ଦିପକ କୁମାର ଭଟ୍ଟ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ହରମୋହନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅବସରକାଳୀନ କର୍ମଚାରୀଙ୍କୁ ଉପଢୌକନ ପ୍ରଦାନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା