

ସୋରଡ଼ା (ସମୃଦ୍ଧ ଓଡିଶା) ବିଦେଶରୁ ସୁବୁଛି ଓଡ଼ିଆ ଦାଦନଙ୍କ କ୍ରନ୍ଦନ । ବିଦେଶରେ ଏକ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ ରୋଜଗାର ନପାଇ ଯାଇଥିଲେ ବିଦେଶକୁ କିଛି ରୋଜଗାର କରି ପରିବାର ପ୍ରତିପୋଷଣ କରିବା ପାଇଁ । ଉଜୁଡିଗଲା ତାଙ୍କ ସଂସାର ଭାସିଗଲେ ପରିବାର ଲୋକ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତୋଟା ଗାଁର ସୀମାଞ୍ଚଳ ହେଉଛନ୍ତି ସେହି ମୃତ ଦାଦନ ଶ୍ରମିକ । ଦୁବାଇରେ ଥିବା ନାସିଏଲ୍ ଏସଏଲ୍ ହାଜିର୍ କମ୍ପାନୀରେ ମେକାନିକାଲ ଲିଡର ଭାବେ କାର୍ଯ୍ୟ କରୁଥିବା ବେଳେ ଗତ ଜୁଲାଇ ୧୮ ତାରିଖରେ ଦୁର୍ଘଟଣା ଘଟିବା ପରେ ସେଠାକାର ସାଲମାନିଆ ମେଡିକାଲରେ ଭର୍ତ୍ତି ହୋଇଥିଲେ ଦୀର୍ଘ ୨୨ ଦିନ ମୃତ୍ୟୁ ସହିତ ସଂଗ୍ରାମ କରିବା ପରେ ତାଙ୍କର ମୃତ୍ୟୁ ଘଟିଛି । ସେଠାରେ ଥିବା ଓଡ଼ିଆ ସମାଜର ପ୍ରତିଷ୍ଠାତା ଡାକ୍ତର ଅରୁଣ କୁମାର ପ୍ରହରାଜ ସିମାଞ୍ଚଳଙ୍କ ସବୁ ଦେଖା ଶୁଣା କରିବା ସହ ବହୁ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟର କୌଣସି ଉନ୍ନତି ଘଟିନଥିଲା । ସିମାଞ୍ଚଳଙ୍କ ପରିବାରରେ ଥିବା ତାଙ୍କ ବାପା, ସ୍ତ୍ରୀ ଓ ଦୁଇ ପୁଅ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ମର ଶରୀରକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରିଛନ୍ତି ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ
