ବିଦେଶୀଙ୍କ ଜିଲ୍ଲାରେ ଭ୍ରମଣକୁ କେନ୍ଦ୍ର କରି ଲୋକଙ୍କ ମନରେ କୋରୋନାର ଭୟ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ କେ କେ ସିଂ ଗ୍ରାମରେ ଦୁଇ ବିଦେଶୀ ପର୍ଯ୍ୟଟକ ଭ୍ରମଣ କରୁଥିବାକୁ କେନ୍ଦ୍ର କରି ଜିଲ୍ଲା ବାସିନ୍ଦା ଙ୍କ ମନରେ ଆତଙ୍କ ସୃଷ୍ଟି କରିଥିଲା । ତା ୧୫/୩/୨୦୨୦ ରିଖ ଦୁଇ ବିଦେଶୀ ନାଗରିକଙ୍କ ନାମ ମାଇକେଲ ରୋବୋଟ କୋଜେସ୍କ୍ (୫୫ ବୟସ) ଆମେରିକା ବାସିନ୍ଦା ଓ ମାଇକେଲ ୱାଇନେ (୫୪ ବୟସ) ନ୍ୟିୱିରକ୍ ବାସିନ୍ଦା । କେ କେ ସିଂ ଗ୍ରାମର ଆଲାବି ବୀର ନାମକ ଜଣେ ବ୍ୟକ୍ତି ସେହି ବିଦେଶୀ ନାଗରିକଙ୍କୁ ନିଜର ଘରେ ଆଶ୍ରୟ ଦେଇଥିଲେ ଓ ସେମାନଙ୍କୁ ନିଜର ବନ୍ଧୁ କହି ପରିଚୟ ଦେଇଥିଲେ । ଏହି ଖବର ଶୁଣିବା ସାଙ୍ଗେ ଥାନା ଅଧିକାରୀ ଏବଂ ମାଜିଷ୍ଟ୍ରେଟ କେ କେ ସିଂ ଗ୍ରାମରେ ପହଂଚି ବିଦେଶୀଙ୍କ ପରିଚୟ ମାଗିବାରୁ ମାଜିଷ୍ଟ୍ରେଟଙ୍କୁ ଦୁର୍ବ୍ୟବହାର କରିବାର ଦେଖି ଅତ୍ୟଧିକ ପୋଲିସଙ୍କୁ ଡକାଇ ବିରଙ୍କ ଘରେ ପ୍ରବେଶ କରି ବିଦେଶୀ ନାଗରିକ ରହୁଥିବା କୋଠାର ତଦନ୍ତ କରି ଜାଣିବାକୁ ପାଇଲେ ଯେ ବିଦେଶୀ ନାଗରିକଙ୍କ ଆଗମନର ସୂଚନା ଦେଇନାହାନ୍ତି । ସ୍ୱାସ୍ଥ୍ୟ ବିଭାଗର ଗୋଟିଏ ଟିମ୍ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖିଥିଲେ ଏବଂ ସେମାନଙ୍କୁ ୧୬/୩/୨୦୨୦ ସକାଳୁ ଥାନାରେ ହାଜର ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ପରିସ୍ଥିତିରେ ଦେଶରେ କୋରୋନା ଭୁତାଣୁକୁ ନେଇ ଲୋକଙ୍କ ମନରେ ଭୟର ଲହରୀ ଖେଳ ଖେଳୁଥିବା ବେଳେ ବିନା ସୂଚନାରେ ବିଦେଶୀ ନାଗରିକଙ୍କ ଜିଲ୍ଲାରେ ଭ୍ରମଣ କରୁଥିବା ଦେଖୀ ସର୍ବସାଧାରଣଙ୍କ ମନରେ ବିଭିନ୍ନ ପ୍ରଶ୍ନ ସହିତ ଭୟର ଆତଙ୍କ ସୃଷ୍ଟି କରୁଛି ।

ରିପୋର୍ଟ : କୃଷ୍ଣ କୁମାର ବେହେରା