ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଶ୍ୟାମ ସୁନ୍ଦର ରାଜଗୁରୁ ବିଦ୍ୟାଳୟ ମଧ୍ୟରେ ଥିବା ରୋଷେଇ ଗୃହ ତୁରନ୍ତ ମରାମତି କରି ନୂତନ ଭାବେ ନିର୍ମାଣାଧୀନ ରୋଷେଇ ଗୃହକୁ ବନ୍ଦ କରିବାକୁ ବିଜେଡ଼ି ନଗର ସଭାପତି ସୂର୍ଯ୍ୟନାରାୟଣ ରାଜୁଗୁରୁ ଦାବି କରାଯାଇଛି । ଏହାସହ ବିଦ୍ୟାଳୟର ସମ୍ମୁଖ ଭାଗରେ ରହିଥିବା ସ୍ଥାନଟି ବଗିଚାର ସୌନ୍ଦର୍ଯ୍ୟକରଣ ଲାଗି ଉର୍ଦ୍ଧିଷ୍ଟ, କିନ୍ତୁ କିଛି ସରକାରୀ କର୍ମଚାରୀ ଉନ୍ନତିକରଣ ନାମରେ ସରକାରୀ ଯୋଜନାର ଅପବ୍ୟବହାର କରି ବଗିଚା ପାଇଁ ଉର୍ଦ୍ଧିଷ୍ଟ ସ୍ଥାନରେ ନୂତନ ଭାବେ ଏକ ରୋଷେଇ ଗୃହ ନିର୍ମାଣ କରୁଛନ୍ତି ଯାହାକି ବିଦ୍ୟାଳୟର ସୌନ୍ଦର୍ଯ୍ୟ ଏବଂ ପରିବେଶ ଉପରେ ପ୍ରଭାବ ପକାଉଛି ବୋଲି ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ଏହି ବିଦ୍ୟାଳୟରେ ଏକ ରୋଷେଇ ଗୃହ ରହିଛି ଯାହାର କିଛି ମରାମତି କାର୍ଯ୍ୟର ଆବଶ୍ୟକତା ରହିଛି ଏବଂ ସ୍ୱଳ୍ପ ଖର୍ଚ୍ଚରେ ଏହା ସମ୍ଭବପର ହୋଇପାରିବ, ଏହା ଦ୍ୱାରା ସରକାରୀ ସମ୍ପତ୍ତି କମ ଖର୍ଚ୍ଚରେ ରୋଷେଇ ଗୃହ ହେବା ସଙ୍ଗେ ବିଦ୍ୟାଳୟ ମଧ୍ୟରେ ବଗିଚାର ସୌନ୍ଦର୍ଯ୍ୟକରଣ ମଧ୍ୟ ହୋଇପାରିବ, ତେଣୁ କର୍ତ୍ତୃପକ୍ଷ ତୁରନ୍ତ ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି ବିଜେଡ଼ି ନଗର ସଭାପତି ସୂର୍ଯ୍ୟନାରାୟଣ ରାଜୁଗୁରୁ ।
ରିପୋର୍ଟ : କୃଷ୍ଣ କୁମାର ବେହେରା