ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପାଳିକାର ୩ନଂ ୱାର୍ଡର ଏକ ବିଦ୍ୟାଳୟ ଛାତ ଉପରେ ନିର୍ମାଣ ହୋଇଛି ଅଙ୍ଗନୱାଡି କେନ୍ଦ୍ର । ସରକାରଙ୍କ ନିତୀନିୟମକୁ ଉଲଙ୍ଘନ କରି ଏହା ନିର୍ମାଣ ହୋଇଥିବାରୁ ଏହା ବିରୋଧରେ ୩ନଂ ୱାର୍ଡର ବହୁ ବ୍ୟକ୍ତି ବାଲେଶ୍ୱର ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି । ଅଂଗନୱାଡି ଘର ଏକ ସ୍ୱତନ୍ତ୍ର ସୁରକ୍ଷିତ ସ୍ଥାନରେ ନିର୍ମାଣ ହେବା କଥା । ପରିସର ମଧ୍ୟରେ ଗୃହ, ପାଇଖାନା, ବାରଣ୍ଡା, ରୋଷେଇ ଘର, ଷ୍ଟୋର୍ ରୁମ୍ ନିର୍ମାଣ ହେବ କଥା । କିନ୍ତୁ ତାହା ନ ହୋଇ ୩ନଂ ୱାର୍ଡ ସେକ୍ବାଡ ପ୍ରାଥମିକ ବିଦ୍ୟାଳୟର ଘରର ଛାତ ଉପରେ ହୋଇଥିବା ଜଣାଯାଇଛି । ପ୍ରଶ୍ୱଉଠେ ପ୍ରସୂତୀ, କୁନିକୁନି ପିଲା, ଭିନ୍ନକ୍ଷମ ଛାତ୍ରଛାତ୍ରୀ ଉପରକୁ ଯିବା ସମ୍ଭବ ନୁହେଁ ବୋଲି ଗ୍ରାମବାସୀମାନେ ପ୍ରଶ୍ନ ଉଠାଇଛନ୍ତି । ଅଂଗନୱାଡି କେନ୍ଦ୍ର ଲାଗି ୭.୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥାଏ । ସେଠାରେ ଏପରି ଅନିୟମିତତା ଯୋଗୁଁ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ବେଳେ ଏପରି ଘର ନିର୍ମାଣ କିପରି ହୋଇ ପାରିଲା ଏଥିଲାଗି ଗ୍ରାମବାସୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏ ସମ୍ପର୍କରେ ଜଳେଶ୍ୱର ସିଡିପିଓ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ, ଜଳେଶ୍ୱର ପୌରପରିଷଦର ଅଧ୍ୟକ୍ଷ, ବାଲେଶ୍ୱର ଜିଲା ସମାଜମଂଗଳ ଅଧିକାରିଣୀ, ଭିଜିଲାନ୍ସ ସୁପରିଟେଣ୍ଡଣ୍ଟ, ବାଲେଶ୍ୱର ଜିଲାପାଳ, ରାଜ୍ୟ ମହିଳା ଶିଶୁ ବିକାଶ ମିଶନ ଶକ୍ତିର ପ୍ରମୁଖ ଶାସନ ସଚିବଙ୍କୁଏ ସମ୍ପର୍କରେ ଅବଗତ କରାଯାଇଛି ।
ରିପୋର୍ଟ : ଭୂପତି ପରିଡା