
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରର ବାସନ୍ତି ପଡିଆଠାରେ ଥିବା ଏକ ଟ୍ରାନ୍ସଫରମର ସଂସ୍ପର୍ଷରେ ଆସି ଗୋଟିଏ ବୁଲା ଷଣ୍ଢର ମୃତ୍ୟୁକୁ କେନ୍ଦ୍ର କରି ଆଜି ଅପରାହ୍ନରେ ବଡବଜାର ଠାରେ ଥିବା ମୁଖ୍ୟ ରାସ୍ତାକୁ ଦୀର୍ଘ ସମୟଧରି ଟାୟାର ଜାଳି ଅବରୋଧ କରିଛନ୍ତି । ଖବର ପାଇ ଭାରପ୍ରାପ୍ତ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଓ ଜଳେଶ୍ୱର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିଥିଲେ । ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଏହି ଘଟଣା ଘଟିଥିବାରୁ ତୁରନ୍ତ ବିଭାଗୀୟ ଅଧିକାରୀମାନେ ସେଠାକୁ ଆସି ଟ୍ରାନ୍ସଫରମରରେ ଲାଗିଥିବା ଗେଟ୍ରେ ତାଲା ପକାଇବା ପାଇଁ ଦାବି କରିଥିଲେ । ଗେଟ୍ଟି ସଂପୂର୍ଣ୍ଣଭାବେ ଖୋଲାଥିବାରୁ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ବାସିନ୍ଦା ଓ ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଧାରଣା ପ୍ରତ୍ୟାହୃତ ହୋଇନାହିଁ ।
ରିପୋର୍ଟ : ଭୂପତି କୁମାର ପରିଡା