

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସୁରତ ଡାଇମଣ୍ଡ ନଗରରେ ଭାବରଡ଼ା ଗ୍ରାମର ପ୍ରଫୁଲ୍ଲ ସେଠି ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବାରୁ ସେଠାରେ ଥିବା ଓଡ଼ିଆ ଲୋକମାନେ ଡାଇମଣ୍ଡ ନଗର ଠାରେ ଧର୍ମଘଟ କରିଥିଲେ । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସୁରତରେ ପହଁଚି ଧର୍ମଘଟ କରିଥିବା ଲୋକମାନଙ୍କ ସହ ଆଲୋଚନା କରି ଓଡିଶା ସରକାରଙ୍କ ତରଫରୁ ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମେଡ଼ିକାଲ ଯାଇ ମୃତ୍ୟୁ ବରଣ କରିଥିବା ମର ଶରୀରକୁ ଦେଖିଲେ ଏବଂ ମର ଶରୀରକୁ ଆସନ୍ତାକାଲି ସୁରତରୁ ଉଡାଜାହାଜରେ ଆଣି ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ

