ବିଦ୍ୟୁତ ଆଘାତରେ ଯୁବକ ଗୁରୁତର…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ଗ୍ରାମର ବଂଶୀଧର ବିଷୋୟୀଙ୍କ ପୁଅ ପ୍ରଦ୍ୟୁମ୍ନ ବିଷୋୟୀ(୧୯) ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଯେ, ପ୍ରଦ୍ୟୁମ୍ନ ଭଞ୍ଜନଗର ଏକ ଡ୍ରେସ ଦୋକାନରେ କାମ କରନ୍ତି ସେ ମାଲିକଙ୍କ ଘର ସ୍ଥାନୀୟ ସତ୍ୟ ସାଇ ସ୍କୁଲ ପଛପଟେ ଘର କାମ ଚାଲିଥିବା ବେଳେ ସେଠାକୁ କୌଣସି କାରଣରେ ଯାଇଥିଲେ । ଘର ଆଗରେ ଥିବା ବିଦ୍ୟୁତ ପୋଲରେ ଥିବା ସପୋର୍ଟିଂ ତାରକୁ ଧରି ଦେଇଥିଲେ । ସେଥିରେ ବିଦ୍ୟୁତ ପ୍ରବାହିତ ହେଉଥିବାରୁ ତାଙ୍କୁ କରେଣ୍ଟ ମାରି ଥିଲା । ଫଳରେ ସେ ତଳେ ପଡି ଯାଇଥିଲେ । ସଂଗେ ସଂଗେ ପ୍ରଦ୍ୟୁମ୍ନଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରହ୍ମପୁର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ରିପୋର୍ଟ – ନିଲୁ ବିଷୋୟୀ