‘ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଓ ମାନ୍ୟବର ବାଚସ୍ପତି’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଆଜି ବିଧାନସଭା ପରିସରରେ ବାଚସ୍ପତିଙ୍କ କାର୍ଯ୍ୟାଳୟଠାରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ବିଧାନସଭାର ଅବସରପ୍ରାପ୍ତ ଯୁଗ୍ମ ସଚିବ, ଶ୍ରୀ ଦେବେନ୍ଦ୍ର ନାଥ ପ୍ରଧାନଙ୍କ ଲିଖିତ ଦୁଇଟି ପୁସ୍ତକ,“ବିଧାନସଭାରେ ଅନାସ୍ଥା ପ୍ରସ୍ତାବ” ଓ “ମାନ୍ୟବର ବାଚସ୍ପତି” ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ବିଧାନସଭାର ସଚିବ, ଶ୍ରୀ ଦାଶରଥୀ ଶତପଥୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀ ପ୍ରଧାନ ପୂର୍ବରୁ ବହୁତ ଗୁଡିଏ ଉପାଦେୟ ପୁସ୍ତକ ରଚନା କରିଛନ୍ତି, ତାହା ମଧ୍ୟରେ ବିଧାନସଭାରେ “1937 ରୁ 2014ମସିହା ମଧ୍ୟରେ ଆସ୍ଥା ଓ ଅନାସ୍ଥା ପ୍ରସ୍ତାବ” ଅନ୍ୟତମ । ଶ୍ରୀ ପ୍ରଧାନ ମଧ୍ୟ ଜଣେ ସମାଜସେବୀ ଓ ଏବେ ମଧ୍ୟ ସକ୍ରିୟ ଭାବେ ବହୁ ସମାଜସେବା ଅନୁଷ୍ଠାନ ସହିତ ଜଡିତ । ଶ୍ରୀ ପ୍ରଧାନଙ୍କର ଏଭଳି ଉଦ୍ୟମକୁ ମାନ୍ୟବର ବାଚସ୍ପତି ଭୂୟସି ପ୍ରଶଂସା କରିଛନ୍ତି ।

ରିପୋର୍ଟ : ରଜତ ମହାପାତ୍ର ଓ ବିଭୂତି ନାୟକ, ସୂଚନା ଅଧିକାରୀ