ବ୍ରହ୍ମପୁର (ସମୃଦ୍ଧ ଓଡିଶା) କେନ୍ଦ୍ରାପଡା ଜିଲ୍ଲାରେ ପାଟକୁରା ନିର୍ବାଚନ ମଣ୍ଡଳୀର ହେବାକୁ ଥିବା ବିଧାନସଭା ନିର୍ବାଚନରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଗରଦପୁର ବ୍ଲକର ତଳକୁସୁମ ପଞ୍ଚାୟତର ଦାୟିତ୍ୱ ଦିଆଯାଇଛି । ଏ ନେଇ ଗତକାଲି ବିଧାୟକ ପଞ୍ଚାୟତର ବୁଦ୍ଧିଜୀବୀ ବ୍ୟକ୍ତିମାନଙ୍କ ସହ ଆଲୋଚନା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁରରୁ କୈଳାଶ ବିଶୋୟୀ, ଦୁର୍ଗା ପ୍ରସାଦ ପଣ୍ଡା, ଜଗନ୍ନାଥ ମିଶ୍ର, ମଦନମୋହନ ଦେଇ, ରବି କୁମାର ସାହୁ, ରାମ ଚନ୍ଦ୍ର ଶୁକ୍ଳ ଏବଂ ଏମଡି ଫାଇଜ ଖାନ ସମସ୍ତେ ଉପସ୍ଥିତ ରହିଥିଲେ । ଏହା ସହିତ ପଞ୍ଚାୟତର ସମସ୍ତ ଗ୍ରାମରୁ ଆସିଥିବା ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଅଶୋକ ମହାନ୍ତି, ଅଶୋକ ଜେନା, ବିଭୁତି ମହାପାତ୍ର, ଶତ୍ରୁଘ୍ନ ସ୍ୱାଇଁ, ରମେଶ ପରିଜାଙ୍କ ସମେତ ବହୁ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା