ବିଧାନ ସଭା ରେ ହଟ୍ଟଗୋଳ,ହରତାଳ, ହଂଗାମା ବନ୍ଦ ହେଉ : ସଭାପତି, ଥିଙ୍କର୍ସ କ୍ଳବ୍

ଭୁବନେଶ୍ୱର(ସମୃଦ୍ଧଓଡିଶା) ବିଧାନ ସଭା ସଂସ୍କାର ତାଲିମ ସମସ୍ତ ବିଧାୟକ ମାନଙ୍କ ପାଇଁ ଲୋକଙ୍କ ଅର୍ଥ ରେ ପ୍ରାୟୋଜିତ ହେଲା l ସେଥିରେ ଦଳୀୟ କଥା ଉଠାଇ ଦୁଇଟି ମୁଖ୍ୟ ରାଜନୈତିକ ଦଳ ତାଲିମ ରେ ଯୋଗ ଦେଲେ ନାହିଁ l ପରେ ବିଧାନ ସଭା ର ୨ୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ରୁ ବିରୋଧୀ ଦଳ ହଟ୍ଟଗୋଳ,ହରତାଳ ବା ହଙ୍ଗ।ମା କରି ଗୃହ କୁ ମୁଲତବୀ କଲେ l ଆପୋଷ ଆଲୋଚନା ପାଇଁ ଲୋକେ ଗଣତନ୍ତ୍ର ମନ୍ଦିର ରୁପି ବିଧlନ ସଭାକୁ ଲୋକ ପ୍ରତିନିଧି ଭାବରେ ପଠାଇଛନ୍ତି l ମାତ୍ର ଦେଖା ଯାଉଛି ଏହାଦ୍ବାରା ଲୋକଙ୍କ ଅର୍ଥ ବ୍ୟର୍ଥ ରେ ପରିଣତ ହେଉଛି l ଏ ଅଶୋଭନୀୟ ପରମ୍ପରl କୁ ଯଥା ଶୀଘ୍ର ବନ୍ଦ କରି ବାକୁ ଥିଙ୍କର୍ସ କ୍ଳବ୍ ର ସଭାପତି ବରଦା ଦାସ ,ସମ୍ପାଦକ ଉମାଶଙ୍କର ମିଶ୍ର ଏକ ପ୍ରେସ ଇସ୍ତାହାର ରେ ବିଧାୟକ ମାନଙ୍କୁ ଅନୁରୋଧ ଜଣାଇଛନ୍ତି l ବାଚସ୍ପତି ଏହା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଅନୁରୋଧ କରିଛନ୍ତି l ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏ ଦିଗରେ ଆଉ ନୀରବ ନରହି ସମାଜ ର ହିତ୍ ଦୃଷ୍ଟିରୁ ପଦକ୍ଷେପ ନିଅନ୍ତୁ l

ରିପୋର୍ଟ : ବରଦା ଦାସ, ସଭାପତି, ଥିଙ୍କର୍ସ କ୍ଳବ୍