

ଛତ୍ରପୁର (ସମୃଦ୍ଧ ଓଡିଶା)ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଦୁଇଗୋଟି ବ୍ଲକର ପାଞ୍ଚଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ ହୋଇଛି l ଛତ୍ରପୁର ନିର୍ବାଚନ ମଣ୍ଡଳୀର ଆଜି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ଵରେ ଛତ୍ରପୁର ବ୍ଲକର ସମସ୍ତ ଜିଲ୍ଲା ପରିଷଦ ପାର୍ଥି ନାମଙ୍କନ ପତ୍ର ଦାଖଲ କରିଛନ୍ତି l ସେମାନେ ହେଲେ ଜୋନ ୧୪ର ଶ୍ରୀମତି ସସ୍ମିତା ସ୍ୱାଇଁ, ଜୋନ ୧୫ର ସନାତନ ବେହେରା, ଜୋନ ୧୯ର ଶ୍ରୀମତୀ ରଶ୍ମିତା ନାହାକ, ଜୋନ ୨୦ର ଏମ. ଧନଞ୍ଜୟ ରେଡି, ଜୋନ ୨୧ର ଶ୍ରୀମତୀ ଛବିତା ବେହେରା l ଏହି ପରିପ୍ରେକ୍ଷୀରେ ଆଇନଜୀବୀ ବିଜୟ କୁମାର ପଟ୍ଟନାୟକ, ସୁରେଶ କୁମାର ପଣ୍ଡା, ଏଲ. ଗୋପାଳ ରାଓ, ଭୈରବୀ ପଟ୍ଟନାୟକ, ଡୋମିନାଥ ସାହୁ, କାଳୀ ପ୍ରସାଦ ଦାସଙ୍କ ସମେତ ଛତ୍ରପୁର ବୁଦ୍ଧିଜୀବି ଓ ବିଜେଡି କର୍ମୀ ଉପସ୍ଥିତ ଥିଲେ l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



