ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ କୁମାର ପାତ୍ରଙ୍କୁ ଆସନ୍ତା ବିଧାନସଭା ନିର୍ବାଚନରେ ବିଜେଡି ଟିକଟ ନ ଦେବା ପାଇଁ ଜଳେଶ୍ୱରରୁ କିଛି ଦଳୀୟ ନେତୃବୃନ୍ଦ ଗତକାଲି ସନ୍ଧ୍ୟାରେ ନବୀନ ନିବାସ ଯାଇ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ସମସ୍ତ ବିଷୟ ଅବଗତ କରିବା ସଂଗେ ସଂଗେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ବିଜେଡି ନଗର ସଭାପତି ପ୍ରବୀର କୁମାର ପ୍ରଧାନ, ବ୍ଲକ ସଭାପତି ସୁଧିର କୁମାର ପାତ୍ର, ବ୍ଲକ ଯୁବ ବିଜେଡି ସଭାପତି ଅରୁଣ କୁମାର ରାଉଳ, ସାଂସଦ ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ସାହୁ, ପୂର୍ବତନ ସରପଂଚ ରମାନାଥ ଗିରି ଓ ମଧୁସୂଦନ ଦତ୍ତ, ନାମ୍ପୋ ସରପଂଚ ସଂଜୟ କୁମାର ସିଟ୍, ସମିତି ସଭ୍ୟ ବସୁମତି ଜେନା, ଖାଲିନା ସରପଂଚ ପ୍ରେମକାନ୍ତି ବାଲା, ସମିତି ସଭ୍ୟ ସୁକୁମାର ମାରାଣ୍ଡି, ବିଜେଡି ନେତା ଶ୍ରୀକଣ୍ଠ ମହାନ୍ତି, ସୁଧିର କୁମାର ପ୍ରଧାନ, ପୂର୍ବତନ କାଉନସିଲର ହରିଶ୍ଚନ୍ଦ୍ର ପ୍ରଧାନ, ଯୁବନେତା ଶିବନାରାୟଣ ମହାପାତ୍ର, ସୁଶାନ୍ତ ସିଂ, ଉତ୍ତମ ଦାସ ପ୍ରମୁଖ ଉକ୍ତ ପ୍ରତିନିଧି ଦଳରେ ଭୁବନେଶ୍ୱର ଯାଇ ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ଜ ିଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବଂଧୁ ଦାସ ପ୍ରମୁଖଙ୍କୁ ଭେଟି ବିଜେଡି ସଂଗଠନ ଓ ଦଳୀୟ ମୁଖ୍ୟମନ୍ତ୍ରୀ ଉପରେ ସଂପୂର୍ଣ୍ଣ ଆସ୍ଥା ପ୍ରକଟ କରିବା ସଂଗେ ସଂଗେ ଆଗାମୀ ନିର୍ବାଚନରେ ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକଟ ଜଣେ ଯୁବ ନେତୃତ୍ୱକୁ ପ୍ରଦାନ କରାଯିବା ପାଇଁ ଅନୁରୋଧ କରିଥିଲେ । ଏ ସଂପର୍କରେ ବିଜେଡି ବ୍ଲକ୍ ସଭାପତି ସୁଧିର କୁମାର ପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ଘଟଣାର ସତ୍ୟାସତ୍ୟ ଥିବା ସୂଚନା ଦେଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା