ବିଧାୟକ ଅଶ୍ୱିନୀ ପାତ୍ର ଫନି ବିପର୍ଯ୍ୟୟ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କଲେ ୧ଲକ୍ଷ ଟଙ୍କାର ଚେକ୍…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ୱର ବିଧାୟକ ତଥା ବାଲେଶ୍ୱର ଜିଲା ଯୋଜନାବୋଡ ଅଧ୍ୟକ୍ଷ ଅଶ୍ୱିନୀ କୁମାର ପାତ୍ର ଘୂଣ୍ଣିବାତ୍ୟା ଫଣୀର କରାଳ କବଳରେ ଧ୍ୱାସଂ ଲଭିଥିବା ବିଭିନ୍ନ ଅଂଚଳର ବିକାଶ ଓ ଅଧିବାସୀଙ୍କ ବାଇଁ ସହାୟତାର ହାତ ବଢାଇଛନ୍ତି । ଆଜି ନବୀନ ନିବାସରେ ଶ୍ରୀ ପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୧ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ରାଜ୍ୟରେ ଫଣୀ ଦ୍ୱାରା ୧୧ଟି ଜିଲାର ୧୪ହଜାର ଗାାଁ ପ୍ରଭାବିତ ହୋଇଥିବା ବେଳେ ୧ କୋଟି ଲୋକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବାରୁ ଜଳେଶ୍ୱରର ସମସ୍ତ ଗୋଷ୍ଠୀ ଓ ଜାତିବର୍ଣ୍ଣ ନିର୍ବିଶେଷରେ ଫଣୀ କ୍ଷତିଗ୍ରସ୍ତଙ୍କ ଲାଗି ମୁକ୍ତ ହସ୍ତରେ ଦାନ କରିବାକୁ ନିବେଦନ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା