

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ବିଧାୟକ ପ୍ରାର୍ଥୀ ଚୟନରେ ପାତରଅନ୍ତର ଅଭିଯୋଗ ଆଣି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀ ଓ ନେତା କଂଗ୍ରେସ ଦଳରୁ ସମୂହ ଇସ୍ତଫା ଦେଇଛନ୍ତି । ଯୁବରାଜ ଶ୍ରୀଧର ଦେବ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଶଙ୍କର ସୁବୁଦ୍ଧିଙ୍କ ସମେତ ବହୁ ଜନପ୍ରତିନିଧି ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଆଜି ଖେମୁଣ୍ଡି କାଳୁଆ ମନ୍ଦିରରେ ଏଥିନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ଆସନ୍ତା ସାଧାରଣ ନିର୍ବାଚନରେ ଦଳକୁ ସମର୍ଥନ ନ କରିବାକୁ ଆହ୍ୱାନ ଦିଆଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
