ବିଧାୟକ ସରୋଜ ପ୍ରଧାନ ସରକାରୀ ଦଳ ମୁଖ୍ୟ ସଚେତକ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଓଡ଼ିଶା ବିଧାନସଭାରେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନଙ୍କୁ ନିଯୁକ୍ତି ମିଳିଛି । ସେହିପରି ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ନିଯୁକ୍ତି ମିଳିଛି । ଆଜିଠୁ ବିଧାନସଭାର ୨୭ଦିନିଆ ଅଧିବେଶନ ଆରମ୍ଭ ହୋଇଥିବାରୁ ଉଭୟ ତତ୍କାଳ ପ୍ରଭାବରୁ ଏହି ଦାୟିତ୍ୱ ତୁଲାଇବେ । ଏନେଇ ଆଜି ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରୀ ଦଳର ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରୁଛନ୍ତି ।

ରିପୋର୍ଟ ; ରଜତ ମହାପାତ୍ର