

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସରକାରୀ ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟରେ ଜାତୀୟ ସବୁଜ ବାହିନୀ ତରଫରୁ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ସ୍ୱାଇଁଙ୍କ ପୌରହିତରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ମୂଲ୍ୟବାନ ଔଷଧୀୟ ବୃକ୍ଷ ତଥା ଅଁଳା, ବେଲ, ନିମ, ଅର୍ଜୁନ କରଞ୍ଜ ପ୍ରାୟ ଶତାଧିକ ବୃକ୍ଷ ରୋପଣ କରାଗଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସୁବାସ ମହାରଣା, ସମାଜସେବୀ କାହ୍ନ ଚରଣ ପାତ୍ର ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ପ୍ରସନ୍ନ କୁମାର ସାହୁ, ସୀମାଞ୍ଚଳ ମିଶ୍ର ଓ ଶିକ୍ଷୟିତ୍ରୀ ସାରଳା ସାହୁ, ବିଶ୍ୱମୋହିନୀ ସାହୁ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସହଯୋଗ କରିଥଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ମହମ୍ମଦ ଜାହିରଉଦିନ ଓ ଭଗବାନ ନାହାକ ସୁଚାରୁରୂପେ ସମ୍ପାଦନା କରିଥିଲେ ।
