

ରାଉରକେଲା (ସମୃଦ୍ଧ ଓଡିଶା) ହାଇଟେକ ମେଡିକାଲ କଲେଜ ଗ୍ରୁପ ଦ୍ଵାରା ଆଜି ବିନୋଦିନନୀ କେନସର ହସ୍ପିଟାଲର ଭୂମି ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ସମ୍ମାନିତ ଅରିଥି ଭାବେ ଜୟନ୍ତ କୁମାର ଷଡଙ୍ଗୀ ଯୋଗଦେଇ ହାଇଟେକ ଗ୍ରୁପର ମୁଖ୍ୟ ଡ. ତିରୁପତି ପାଣିଗ୍ରାହୀଙ୍କୁ ଭୁୟସୀ ପ୍ରଶଂସା କରିବା ସହ କେନସର ହସ୍ପିଟାଲ ନିର୍ମାଣ ପାଇଁ ଭୂମି ପୂଜା ପଶ୍ଚିମ ଓଡ଼ିଶା ବାସୀଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଏକ ନୂତନ ଅଧ୍ୟାୟ ସୁଷ୍ଟି କରିବ । ରାଉରକେଲା ହାଇଟେକ ମେଡିକାଲ କଲେଜ ପରିସରରେ କେନସର ହସ୍ପିଟାଲ ନିର୍ମାଣ ପାଇଁ ଏହିଭୂମି ପୂଜା ଅନୁଷ୍ଠିତ ହୋଇଛି । ଜନସାଧାରଣଙ୍କ ସେବା ପାଇଁ ଏହି କେନସର ହସ୍ପିଟାଲ ନିର୍ମାଣ କରାଯାଇଥିବା ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡ଼. ତିରୁପତି ପାଣିଗ୍ରାହୀ ସୂଚନା ଦେଇ ସେ କହିଛନ୍ତି ସ୍ଵର୍ଗତ ମୋ ମାତା ବିନୋଦିନୀ ଦେବୀ ଜଣେ ପରଉପକାରୀ ଏବଂ ସମାଜର ସେବା ପାଇଁ ସର୍ବଦା ଆମ ପରିବାର ବର୍ଗଙ୍କୁ ଉପଦେଶ ଦେଇ ଆସୁଥିଲେ । ତେଣୁ ତାଙ୍କରି ନାମରେ ଏହି କେନସର ହସ୍ପିଟାଲ ନିର୍ମାଣ କରି ଲୋକଙ୍କ ସେବା ପାଇଁ ଏହାକୁ ଉତ୍ସର୍ଗ କରାଯିବ । ଆଜିକାର ଏହି ଭୂମି ପୂଜାରେ ଡ଼. ତିରୁପତି ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ହାଇଟେକ ଗୃପର ସୁରେଶ ପାଣିଗ୍ରାହୀ ଇଂଜିନିଆର ରୂପେଶ ପାଣିଗ୍ରାହୀ ଡ଼. ରକେଶ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା

