


ପାରଲାଖେମୁଣ୍ଡି (ସମୃଦ୍ଧଓଡିଶା)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଠାରେ ଥିବା ବିନୋଦିନୀ ବିଜ୍ଞାନ ଉଛ ମାଧ୍ୟମିକ ବିଦ୍ୟାଳୟ ଯୁବ ଓଡିଶା ନବୀନ ଓଡିଶା କ୍ରୀଡା ଓ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ,ଏହି କାର୍ଯ୍ୟକ୍ରମ ର ଆରମ୍ଭ ରେ ବିଜେଡି ଯୁବନେତା ଇଞ୍ଜିନିଅର ରୁପେଶ ପାଣିଗ୍ରାହୀ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଓ କ୍ରୀଡା ବିଷୟ ରେ ନିଖୁଣ ଭାବେ ବୁଝାଇଥିଲେ ତାସହ ଛାତ୍ରଛାତ୍ରୀ ମାନଙ୍କୁ ଓଡିଶା ର ମନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ କିଭଳି ସହଯୋଗ କରିବା ସହ ମାଗଣା ରେ ଉଛ ଶିକ୍ଷା ରେ ସହଯୋଗ କରୁଛନ୍ତି ସେ ବିଷୟରେ ଅବଗତ କରାଇଥିଥିଲେ, ଛାତ୍ରଛାତ୍ରୀ ମାନେ ଉତ୍ସାହ ସହ ଶ୍ରୀ ପାଣିଗ୍ରାହୀ ଙ୍କ ଆଦର୍ଶ କୁ ଅନୁପ୍ରାଣିତ ହୋଇଥିଲେ ,ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁମ୍ମା ବ୍ଲକ ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀମତୀ ସୁନେମି ମଣ୍ଡଳ , ମୁଖ୍ୟ ବକ୍ତା ଭାବେ ଯୁବ ନେତା ଇଂଜିନିଅର ରୁପେଶ ପାଣିଗ୍ରାହୀ,ସଂମାନିତ ଅତିଥି ଭାବେ ଗୁମ୍ମା ବ୍ଲକ ସମିତି ଉପାଧ୍ୟାକ୍ଷ ଏସ ଶ୍ରୀନିବାସ ରାଓ,ନୋଡାଲ ଅଫିସର ରବୀନ୍ଦ୍ର ପାଣିଗ୍ରାହୀ,ବିଦ୍ୟାଳର ଅଧକ୍ଷ ମନୋଜ କୁମାର ପଟନାୟକ,କ୍ରୀଡା ଶିକ୍ଷକ ଓ ବିଦ୍ୟାଳୟ ର କର୍ମକର୍ତ୍ତା ଉପସ୍ଥିତ ଥିଲେ ,କାର୍ଯ୍ୟକ୍ରମ ଶେଷ ରେ ଇତିହାସ ଅଧ୍ୟାପକ ସୀତାରାମ ପ୍ରଧାନ ଧନ୍ୟବାଦ ଜଣାଇଥିଲେ I
ରିପୋର୍ଟ : କୃଷ୍ଣ କୁମାର ବେହେରା