ବିପଦଶଙ୍କୁଳ ଅବସ୍ଥାରେ ମାଳିପାଳ ଗାଁ’ରେ ଇଲେକ୍ଟ୍ରି ଟ୍ରାନ୍ସଫର୍ମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନେସ୍କୋ ଡିଭିଜନ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତର ମାଳିପାଳ ଗାଁରେ ପ୍ରାଥମିକ ବିଦ୍ୟାଳୟ ଓ ପଶୁଚିକିତ୍ସା କେନ୍ଦ୍ର ତଥା ବଜାର ନିକଟରେ ଗୋଟିଏ ସ୍ଥାନରେ ୪ଟି ଟ୍ରାନ୍ସଫର୍ମ ଲଗାଲଗି ହୋଇ ରହିଛି । ରାସ୍ତା କଡରେ ଥିବା ବଡ ଟ୍ରାନ୍ସଫର୍ମଟି ହାତ ପାଆନ୍ତାରେ ଥିବା ବେଳେ ୩ଫୁଟ ଉଚ୍ଚତାରେ ବାଉଁଶ ବାଡିରେ ଫ୍ୟୁଜ ବନ୍ଧା ଯାଉଛି । ଫଳରେ ନିକଟରେ ଥିବା ମୁଖ୍ୟ ରାସ୍ତାରେ ଯାଉଥିବା ଛାତ୍ରଛାତ୍ରୀ, ଗ୍ରାମବାସୀ, ଗୃହପାଳିତ ପଶୁ ଯାତାଯାତ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଷରେ ଆସି ମୃତ୍ୟୁ ମୁଖରେ ପଡିବାର ସମ୍ଭାବନା ରହିଛି । ଏହି ଟ୍ରାନ୍ସଫର୍ମ ନିକଟ ଦେଇ ପମ୍ପ ହାଉସ୍ ଓ ପ୍ରାଣି ଚିକିତ୍ସା କେନ୍ଦ୍ରକୁ ପ୍ରତିଦିନ ଲୋକେ ଯାତାୟାତ କରୁଛନ୍ତି । ଏପରିକି ସେଠାରେ ଥିବା ୨ଟି ବିଦ୍ୟାଳୟକୁ ପିଲାମାନେ ଗଲାବେଳେ ଅତି ନିକଟରେ ଥିବା ଖୋଲା ବିଦ୍ୟୁତ୍ ତାର ହାତ ପାଆନ୍ତାରେ ଝୁଲନ୍ତା ଅବସ୍ଥାରେ ରହିଥିବାରୁ ଯେ କୌଣସି ସମୟରେ ଦୁର୍ଘଟଣା ଘଟିପାରେ ବୋଲି ଆଶାଙ୍କା ରହିଛି । ଏ ସଂପକରେ ବହୁବାର ନେସ୍କୋ ଅଧିକାରୀମାନଙ୍କୁ ପଞ୍ଚାୟତବାସୀ ବାରମ୍ବାର ଜଣାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେନାବନୀ ଦେଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡ଼ା